(ଓମପ୍ରକାଶ/ ସୁବର୍ଣ୍ଣପୁର): ସୁବର୍ଣ୍ଣ ପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତର ମୁକାବିଲା ଓ ଜଳକଷ୍ଟ ନିବାରଣ ନିମନ୍ତେ ଆଗୁଆ ପଦକ୍ଷେପ ନେବା ସମ୍ଫର୍କରେ ଆଲୋଚନା ହୋଇଥିଲା। ସମସ୍ତ ସ୍କୁଲଗୁଡ଼ିକୁ ସକାଳୁଆ କରିବା, ନଳକୂପ ପରିଚାଳନା, ଜଳଯୋଗାଣ ପ୍ରକଳ୍ପର ୭୨ ଘଣ୍ଟା ମଧ୍ୟରେ ମରାମତି ଏବଂ ଆବଶ୍ୟକ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜରୁରୀକାଳୀନ ବିଭାଗ ଓ ଅନ୍ୟାନ୍ୟ ବିଭାଗରେ ଏପ୍ରିଲ ୧ ତାରିଖରୁ ୨୪ ଘଣ୍ଟିଆ ଅଂଶୁଘାତ ପୀଡିତଙ୍କ ଚିକିତ୍ସା ପାଇଁ ଶୀତତାପ ନିୟନ୍ତ୍ରଣ କକ୍ଷ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯିବ ବୋଲି କହିଥିଲେ।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ।