ଅକ୍ଟୋବର-ନଭେମ୍ବରକୁ ତୃତୀୟ ଲହର ପିକକୁ ଆସିବା ସମ୍ଭାବନା

0

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଚଳିତ ଅକ୍ଟୋବର ନଭେମ୍ବର ମଧ୍ୟରେ ତୃତୀୟ ଲହର ପିକ୍କୁ ଆସିବ ବୋଲି ସରକାରୀ ପ୍ୟାନେଲର ବରିଷ୍ଠ ବୈଜ୍ଞାନିକ ସୂଚନା ଦେଇଛନ୍ତି । କୋଭିଡ ପ୍ରୋଟୋକଲକୁ ସଠିକ୍ ରୂପେ ପାଳନ କରାନଗଲେ ଏପରି ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ ବୋଲି ପ୍ୟାନେଲ ସଦସ୍ୟ ଡ. ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ।
ତେବେ ଆଶ୍ୱସ୍ତିର ବିଷୟକି, ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଦ୍ୱିତୀୟ ଲହର ଅପେକ୍ଷା କମ ରହିବ ବୋଲି ଆକଳନ କରାଯାଉଛି। ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହରରେ ସଂକ୍ରମଣ ଗ୍ରାଫ ଯେତେବେଳେ ଶୀର୍ଷରେ ଥିବ ସେତେବେଳେ ଦେଶରେ ଦୈନିକ ୧,୫୦,୦୦୦ରୁ ୨,୦୦,୦୦୦ ମଧ୍ୟରେ ସଂକ୍ରମଣ ହେବ।ତୃତୀୟ ଲହରରେ ମଧ୍ୟ କମ୍ ରୋଗୀଙ୍କୁ ହସ୍ପିଟାଲର ଆବଶ୍ୟକତା ପଡିବ ।
ଯଦି କୌଣସି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ନ ହୁଏ ତେବେ ଭୟ କରିବାର କିଛି ନାହିଁ । କିନ୍ତୁ ନୂଆ ଭ୍ୟାରିଆଣ୍ଟ ଆସିଲେ ସ୍ଥିତି ପୁଣି ଭୟଙ୍କର ହେବ । ଆଇଆଇଟି କାନପୁରର ପ୍ରଫେସର ଥିବା ଡକ୍ଟର ଅଗ୍ରୱାଲ ଏକ ଗାଣିତିକ ମଡେଲ ଯୋଗେ ଏହି ଆକଳନ କରିଛନ୍ତି । ନଭେମ୍ବର ଆରମ୍ଭ ବେଳକୁ ସଂକ୍ରମଣ ଶୀର୍ଷରେ ପହଞ୍ଚିବ । ତେବେ ନଭେମ୍ବର ୧୫ ବେଳକୁ ସଂକ୍ରମଣ ଗ୍ରାଫ ଧୀରେଧୀରେ ନିମ୍ନମୁଖୀ ହେବ ।