ଅଗଷ୍ଟ ୧୫ ଦିନ ଅନଶନରେ ବସିବେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ

0

(ଚିତ୍ତରଞ୍ଜନ ସାହୁ)ବରଗଡ: ବରଗଡ଼ ଜିଲ୍ଳାରେ ବେଆଇନ ଭାବରେ କୁଚିଆ ମଦଭାଟି ଗୁଡ଼ିକ ବୃଦ୍ଧି ପାଇବାରେ ଲାଗିଛି । ଏଥିଯୋଗୁଁ ଗାଁ ମାନଙ୍କରେ ଗଣ୍ଡଗୋଳ ଘଟିବା ସହ ମହିଳା ଏବଂ ଶିଶୁମାନେ ଅଚ୍ୟାଚାରର ଶିକାର ହେଉଛନ୍ତି । ମଦ୍ୟପ ମାନଙ୍କ ପ୍ରାଦୁର୍ଭାବ ଯୋଗୁଁ ଗ୍ରାମ୍ୟ ପରିବେଶ ନଷ୍ଟ ହେବାରେ ଲାଗିଛି । ସାଧାରଣ ଗରିବ ଖଟିଖିଆ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ତେଣୁ ଜିଲ୍ଳାର ସମସ୍ତ କିଚିଆ ମଦଭାଟି ଗୁଡ଼ିକୁ ବନ୍ଦ କରିବା ପାଇଁ ବରଗଡ଼ ଜିଲ୍ଳା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ବରଗଡ଼ ଜିଲ୍ଳାପାଳଙ୍କଠାରେ ଦାବି କରିଛନ୍ତି । ଆଗାମୀ କିଛିଦିନ ମଧ୍ୟରେ ଦାବି ପୂରଣ ନହେଲେ ସେ ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସରେ ବରଗଡ଼ ଗାନ୍ଧୀଛକସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ଭାରତୀୟ ଜନତା ମହିଳା ମୋର୍ଚ୍ଚା ତଥା ବିଭିନ୍ନ ସଙ୍ଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।