(ମମତା ସାମଲ)ରିପୋର୍ଟସଟୁଡେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୭ରେ ଭୂଟାନ ଗସ୍ତ କରିବେ। ମୋଦିଙ୍କର ଏହା ଦୁଇଦିନିଆ ଗସ୍ତ। ଗତ କିଛି ବର୍ଷ ମଧ୍ୟରେ ଭୂଟାନ ଓ ଭାରତର ସଂପର୍କ ସୁଦୃଢ଼ ରହିଛି।
ଭୂଟାନ ସବୁବେଳେ ଭାରତର ସହଯୋଗୀ ରାଷ୍ଟ୍ର ଭାବେ ଛିଡ଼ା ହୋଇଛି। ମୋଦିଙ୍କର ଏହି ଭୂଟାନ ଯାତ୍ରାର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବା।
ମୋଦୀଙ୍କ ଗସ୍ତ ପୂର୍ବରୁ ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ନିଜର ମନ୍ତ୍ରାଳୟ ଦାୟିତ୍ୱ ନେବା ପରେ ୨ ଦିନିଆ ଭୂଟାନ ଗସ୍ତ କରିଥିଲେ। ଜୟଶଙ୍କର ଭୂଟାନ ପ୍ରଧାନମନ୍ତ୍ରୀ ଲୋତାୟ ସ୍ତେରିଙ୍ଗଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ସେ ଜଳ, ବିଦ୍ୟୁତ କ୍ଷେତ୍ରରେ କାମ କରିବା ନେଉ ଦ୍ୱିପାକ୍ଷୀକ ଆଲୋଚନା କରିଥିଲେ।