ଅଗଷ୍ଟ ୨୪ରେ ବଙ୍ଗୋପ ସାଗରେ ଆଉ ଏକ ଲଘୁଚାପ ସମ୍ଭାବନା

0

ଭୁବନେଶ୍ୱର: ଅଗଷ୍ଟ ୨୪ରେ ବଙ୍ଗୋପ ସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଅଗଷ୍ଟ ୨୪ରୁ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହି ଲଘୁଚାପ  ପ୍ରଭାବରେ ପୂର୍ବ ଭାରତ ଏବଂ କେନ୍ଦ୍ରୀୟ ଭାରତରେ ପ୍ରବଳ ବର୍ଷା ହେବ। ଫଳରେ ରାଜ୍ୟରେ ଆଜି ଠାରୁ ବର୍ଷା ଆରମ୍ଭ ହୋଇଯିବ। ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଜଗତସିଂହପୁର, କେନ୍ଦୁଝର ଏବଂ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଅଗଷ୍ଟ ୨୭ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି।