(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ଚନ୍ଦ୍ରଗିରି ଗାଁରେ ଥିବା ଗୋଟିଏ କୁକୁଡ଼ା ଫାର୍ମରେ ନିଆଁ ଲାଗି ୨ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଅଧିକ କୁକୁଡ଼ା ପୋଡିଯାଇଛନ୍ତି ।
ଗତ କାଲି ମଧ୍ୟ ରାତ୍ରରେ ଚନ୍ଦ୍ରଗିରିରେ ଥିବା ଏକ କୁକୁଡ଼ା ଫାର୍ମରେ ନିଆଁ ଲାଗିଯାଇଥିଲା । ଫାର୍ମ ଭିତରେ ଶୋଇଥିବା ଅବସ୍ଥାରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି । ସେମାନେ ହେଲେ ଗୋକୁଳ ଚନ୍ଦ୍ର ଦୋରା ଓ ଭାଗିରଥୀ ପରିଚ୍ଛା।