(ରଜନୀକାନ୍ତ ପାତ୍ର /ଗଞ୍ଜାମ): ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଖଲ୍ଲିକୋଟ ବ୍ଲକର ସାବୁଳିଆ ପଞ୍ଚାୟତର କ୍ରମାନ୍ଵୟରେ ୬ ଗୋଟି ଅଙ୍ଗନବାଡି କେନ୍ଦ୍ରରେ ପ୍ରାକ ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନଙ୍କୁ ୟୁନିଫର୍ମ, ଶୀତବସ୍ତ୍ର ସୁଇଟର ଓ ବୁଟ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚରଣ ଦାସ ଯୋଗ ଦେଇ ଉପରୋକ୍ତ ସାମଗ୍ରୀ ଶିଶୁ ମାନଙ୍କୁ ବଣ୍ଟନ କରିଥିଲେ । ସାବୁଳିଆ ୧ ନମ୍ବର ଅଙ୍ଗନବାଡି କର୍ମୀ ସଂଧ୍ୟାରାଣୀ ପଣ୍ଡା ଓ ସହାୟିକା ଲକ୍ଷ୍ମୀ ଚାନ୍ଦ ଉପସ୍ଥିତ ଥିବାବେଳେ ସାବୁଳିଆ ୩ ନମ୍ବର ଅଙ୍ଗନବାଡି କର୍ମୀ ତଥା କରୋନା ଯୋଦ୍ଧା କଳ୍ପନା ରାଣୀ ପଣ୍ଡା ଓ ହେଲ୍ପର ଶାନ୍ତିଲତା ଦଳାଇ ସହିତ ଅନୁରୂପ ଭାଭେ ଅନ୍ୟ କେନ୍ଦ୍ରର କର୍ମୀ ଓ ସହାୟିକା ମାନଙ୍କ ସହଯୋଗରେ ପରିଚାଳନା କରାଯାଇ ୬ ଗୋଟି କେନ୍ଦ୍ରର ପ୍ରାୟ ୧୪୦ ଜଣ ଶିଶୁଙ୍କୁ ବୁଟ ଓ ସୁଇଟର ବଣ୍ଟନ କରାଯାଇଛି । ସାବୁଳିଆ ସେକ୍ଟର ସୁପରଭାଇଜର ଶୁଶ୍ରୀ ମଞ୍ଜୁ ଲତା ତ୍ରିପାଠୀ, ଶିଶୁ ଓ ମହିଳା ମଣ୍ଡଳ କର୍ମୀ,ଅବିଭାବକ ଓ ଅବିଭାବିକା ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।