(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକିନି ସାହୁ । ସତ୍ୟବାଦୀ ବ୍ଳକର ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର, ବଳପୁର ପଞ୍ଚାୟତର ବଳପୁର ଓ ପଣ୍ଡାସାହି ଓ ପରଜାପଡା ଗ୍ରାମ ପଞ୍ଚାୟତର ପାରକେଣା ଅଙ୍ଗନୱାଡି କେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଇଥିଲେ ମଧ୍ୟ ପିଲାମାନେ ବିଦ୍ୟାଳୟ ବାରଣ୍ଡାରେ ବସିଥିବା ଦେଖି ମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ଏପରିକି ଅଙ୍ଗନୱାଡି କେନ୍ଦ୍ର ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ମନ୍ତ୍ରୀ ଚାହିଁଥିଲେ ମଧ୍ୟ ତାଙ୍କୁ ଅନ୍ଦାର ଭିତରେ ରଖାଯାଇଥିଲା । ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଡୁଥିବା ପିଲାମାନଙ୍କ ସହିତ କିଛି ସମୟ କଥା ବାର୍ତ୍ତା ହେବା ସହ ହିତାଧିକାରୀ ମାନଙ୍କ ସହିତ ଓ ଗ୍ରାମବାସୀ ମାନଙ୍କ ସହିତ ବିଭିନ୍ନ ବିସୟରେ ପଚାରି ବୁଝିଥିଲେ । ଶେଷରେ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ସହିତ ଆଲେଚନା କରି ତୁରନ୍ତ ଯୋଗାଇ ଦିଆଯାଇଥିବା ଘର ଗୁଡିକ କାର୍ୟ୍ୟ ସାରିବା ପାଇଁ ବିଡିଓଙ୍କୁ କହିଥିଲେ । ସେହିପରି ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠୀଘର ପରିଦର୍ଶନ କରିବା ସହ ପ୍ରତିମୂର୍ତ୍ତିରେ ମାଲ୍ୟପର୍ଣ କରିଥିଲେ । ମହିଳା ଶିଶୁ କଲ୍ୟାଣ ବିଭାଗର ସଚିବ, ସତ୍ୟବାଦୀ ସିଡିପିଓ ପ୍ରେମବାଳା ତ୍ରିପାଠୀଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।