(ମଧୁସୂଦନ ବହିଦାର) ବଲାଙ୍ଗୀର: ବଲାଙ୍ଗୀର -ସୋନପୁର ରାଜରାସ୍ତାର ଗଇଁନ୍ତଲା ଛକ ଠାରେ ଅଜଣା ଗାଡି ଧକ୍ଜାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଗଇଁନ୍ତଲା ଗାଁର ଗୌତମ ଭୋଇ ସିଲିଣ୍ଡର ଗ୍ୟାସ ଆଣିବା ପାଇଁ ଖୋଲା ସିଲିଣ୍ଡର ଧରି ରାସ୍ତା କଡରେ ଥିବା ଗ୍ୟାସ ଗୋଦାମ କୁ ଯାଉଥିଲେ, ହଠାତ ଏକ ଅଜଣା ଗାଡି ଗୌତମଙ୍କୁ ଧକ୍କା ଦେଇ ଫେରାର ମାରିଥିଲା। ଘଟଣାସ୍ଥଳରେ ଗୌତମଙ୍କ ଜୀବନ ଚାଲିଯାଇଥିଲା । ଉତ୍ୟକ୍ତ ଲୋକେ ମୃତକର ପରିବାରକୁ କ୍ଷତିପୂରଣ ଦାବୀ କରି ରାସ୍ତାରୋକ କରିଥିଲେ। ପୁଇଁନ୍ତଲା ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲା। ରାସ୍ତା ରୋକ ଯୋଗୁଁ ବଲାଙ୍ଗୀର ସୋନପୁର ୫୭ ନମ୍ବର ଜାତିୟ ରାଜପଥ ରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପୁଇଁତଲା ଥାନା ଅଧିକାରୀ ବିଡ଼ିଓଙ୍କୁ ସୂଚନା ଦେବା ପରେ ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିଥିଲେ । ପରେ ଯାତାୟତ ସ୍ୱଭାବିକ ହୋଇଥିଲା। ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡ଼ିକାଲକୁ ପଠାଇଛି।