ଅଜଣା ଗାଡି ଧକ୍କାରେ ମହିଳା ଚାଷୀ ମୃତ, ଝିଅ ଗୁରୁତର

0

(ଅଜିତ ସାହୁ )ଜଳେଶ୍ୱର: ଏମିତିବି ମୃତ୍ୟୁ ଆସେ। ବର୍ଷକର ଖାଦ୍ୟ ଅମଳ କରିବାକୁ ଯାଇ ଜଣେ ମହିଳା ଚାଷୀଙ୍କ ଡମ୍ପର ଧକ୍କାରେ ମୃତ୍ୟୁ ଘଟିଥିବା ବେଳେ ଜଣେ ବିବାହିତ ଝିଅ ଗୁରୁତର ହୋଇଛି।ଏଭଳି ଅଭାବନିୟ ଘଟଣା ଜଳେଶ୍ୱର ଥାନା ଅଞ୍ଚଳ କାଲିକାପୁର ଗ୍ରାମରେ ଘଟିଛି । ସୂଚନା ଅନୁଯାୟୀ ମହିଳା ଚାଷୀଙ୍କର ନିଜର ଖଳା ନଥିବାରୁ, ଟ୍ରାକ୍ଟର ଯୋଗେ ବିଲରୁ ଅମଳ ଧାନବିଡା ଆଣି ରାସ୍ତା ଉପରେ ଢାଳି ଥିଲେ। ପରେ ସେଠାରୁ ପରିବାର ଲୋକେ ଗୁଟାଇ ଘରକୁ ନେଉଥିଲେ। ମାତ୍ର ଏତିକି ଵେଳେ ଏକ ଅଜଣା ଡ଼ମ୍ପର ତାଙ୍କ ଆଡ଼କୁ ମାଡି ଆସିଥିଲା। ଦୁର୍ଘଟଣାରେ ଦ୍ରୌପଦୀ ଗିରି (ମାଆ) ଙ୍କର ମୃତ୍ୟୁ ହୋଇଥିବା ବେଳେ (ଝିଅ) ସାବିତ୍ରୀ ଅଣ୍ଡିଆ ଗୁରୁତର ଭାବେ କଟକ ମେଡ଼ିକାଲ କୁ ସ୍ଥାନାନ୍ତର ହୋଇଛନ୍ତି। ଡମ୍ପରଟି ଅନ୍ଧାର ସାଙ୍ଗକୁ ଫାଙ୍କା ରାସ୍ତାର ସୁଯୋଗ ନେଇ ଦ୍ରୁତ ଗତିରେ ପଳାଇ ଯାଇଥିଲା। ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିବା ସହିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।