ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0

(ରିପୋଟର୍ସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଜଗତସିଂହପୁର ପାରାଦୀପ ସିଦ୍ଧେଶ୍ୱର ମନ୍ଦିର ନିକଟ ଏକ ଗଛରେ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିବା କୁହାଯାଇଛି । ଯୁବକଙ୍କ ପ୍ରକୃତ ପରିଚୟ ମିଳି ପରି ନଥିବା ବେଳେ ପୋଲିସ ଯୁବକଙ୍କ ବିଷୟରେ ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ, ପାରାଦୀପ ଗଡ଼ ସିଦ୍ଧେଶ୍ୱର ମନ୍ଦିର ପାଖ ଏକ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଆଜି ଅପରାହ୍ନରେ ସ୍ଥାନୀୟଲୋକ ଦେଖିବାକୁ ପାଇବା ପରେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଶବକୁ ଜବତ କରିବା ସହିତ ଯୁବକ ଜଣକ ଏଠାକୁ କିପରି ଆସିଥିଲେ ସେ ନେଇ ତଦନ୍ତ ଆରମ୍ଭ କରିଛି। ଉକ୍ତ ଯୁବକଙ୍କୁ କେହି ହତ୍ୟା କରିବା ପରେ ଗଛରେ ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି ।