(ସୂର୍ଯ୍ୟକାନ୍ତ ବେହେରା)ମାଲକାନଗିରି: ମାଲକାନଗିରିରେ ଜାପାନୀ ଏନୋଫିଲିସ, ସ୍ୱାଇନଫ୍ଲୁ ଭୟଙ୍କର ରୋଗ ପରେ ବର୍ତ୍ତମାନ ଏକ ଅଜଣା ରୋଗରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗେଲ ପଞ୍ଚାୟତ ତାମାନପଲ୍ଲୀ ଗ୍ରାମର ଶିଶୁ ଆକ୍ରାନ୍ତ ହେଇଛନ୍ତି। ଏହି ରୋଗରେ ଛଅ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଶିଶୁ ଆକ୍ରାନ୍ତ ହେଇଛନ୍ତି । ଆକ୍ରାନ୍ତ ସାତ ଜଣ ଶିଶୁଙ୍କୁ କାଲିମେଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନାନ୍ତରିତ କରିଥିବା ଶିଶୁ ମାନଙ୍କ ନାମ – ଉର୍ମିଳା ମାଡି, କୁଞ୍ଜ ଚନ୍ଦ୍ରା, କାର୍ତ୍ତିକ ମାଡକାମୀ, ସୁଖୀ ମାଡି, ଭିମା ମାଡି, ଆରନାଭ, ବାବୁଶାନ ମାଡି, ଏପର୍ୟ୍ୟନ୍ତ କି ରୋଗ ଜଣାପଡ଼ି ନାହିଁ । କିନ୍ତୁ ରୋଗୀକୁ ପ୍ରଥମେ ବାନ୍ତି ଜ୍ଜ୍ୱର ଥଣ୍ଡା ହଜମ ହେଉ ନଥିବା ଏହି ଭଳି ବିଭିନ୍ନ ସମସ୍ୟା ଦେଖା ଦେଇଥିଲା । ସୂଚନା ଅନୁଯାଇ ଦୁଇ ତିନ ଦିନ ପରେ ପରେ ଗୋଟିଏ ଗୋଟିଏ ଶିଶୁ ମୃତ୍ୟୁ ବରଣ କରିଥିଲେ । ଏହି ରୋଗ ଧୀରେ ଧୀରେ ତାମାନପଲ୍ଲୀରେ ବ୍ୟାପିବାରେ ଲାଗିଛି । ଆଉ ଗ୍ରାମବାସୀ ମଧ୍ୟ ଭୟଭୀତ ହେଉଛନ୍ତି କ୍ଷ ଏକ ଡାକ୍ତରିଦଳ ସେହି ଗ୍ରାମରେ ଥିବା ରୋଗୀ ମାନଙ୍କର ପରୀକ୍ଷା ନୀରିକ୍ଷକ୍ଷ କରି ଦେଖିଛନ୍ତି ଓ ସବୁ ବୁଝା ବୁଝି କରୁଛନ୍ତି ।