(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଅଜୁର୍ନ ପୁରସ୍କାରରେ ନିଜ ନାମ କୁ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୌଡ଼ରାଣୀ ଦୂତିଚାନ୍ଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅଜୁର୍ନ ପୁରସ୍କାର ପାଇଁ ତାଙ୍କ ନାମ ପଠାଇବାକୁ କରିଛନ୍ତି ଅନୁରୋଧ । ଏହି ପ୍ରସଙ୍ଗରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯାଇଛନ୍ତି ଦୂତି ।
ଦୂତି କହିଛନ୍ତି ତାଙ୍କ ପାଖରେ ଯୋଗ୍ୟତା ଅଛି । ସେ ଅର୍ଜୁନ ପୁରଷ୍କାର ପାଇବା ଦରକାର । ଦୂତିଙ୍କ ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶୃତି ଦେଇଛନ୍ତି । ଯଦିଓ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୂତିିଙ୍କ ନାମ ଅର୍ଜୁନ ପୁରଷ୍କାର ପାଇବା ପାଇଁ ଯୁବ ଓ କ୍ରିଡା ମନ୍ତ୍ରାଳୟକୁ ଦେଇଥିଲେ । ତେବେ ଏହା ପହଁଞ୍ଚି ପାରିନାହିଁ ବୋଲି ଶୁଣିବାକୁ ମିଳୁଛି । ରାଜ୍ୟରେ ନିର୍ବାଚନ ଏବଂ ବାତ୍ୟା ପାଇଁ ଏହା ସଠିକ ସମୟରେ ପହଁଞ୍ଚି ପାରି ନାହିଁ ବୋଲି ସୂଚନା ମିଳିଛି । କିନ୍ତୁ ଏବେ ସୁଦ୍ଧା ଯେପର୍ଯ୍ୟନ୍ତ ନାଁ ଘୋଷଣା ହୋଇ ନାହିଁ ସେ ଯାଏଁ ମୋ ନାଁ ବାଦ୍ ପଡିଛି ବୋଲି କୁହାଯାଇପାରିବନି କହିଛନ୍ତି ଦୂତି ଚାନ୍ଦ ।