(ଭୁବନେଶ୍ୱର/ରିପୋର୍ଟସଟୁଡେ): ଘରେ ବା ଘର ଆଖପାଖରେ ଥିବା ଗାର୍ଡେନରେ ଥରେ ବୁଲି ଆସିଲେ ମନ ପ୍ରଫୁଲ୍ଲିତ ହୋଇଯାଏ ।ତେବେ ପର୍ୟ୍ୟଟକଙ୍କ ମନୋରଞ୍ଜନ ଲାଗି ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଗାର୍ଡେନ୍ ନିର୍ମାଣ କରାଯାଇଛି। ସେହିଭଳି ଏକ ଗାର୍ଡେନ ରହିଛି ଆମେରିକାର କାଲିଫର୍ଣ୍ଣିଆ ସହରରେ। ‘ଫରେଷ୍ଟିଅର୍ ଅଣ୍ଡରଗ୍ରାଉଣ୍ଡ ଗାର୍ଡେନ’ ନାମକ ଏହି ବଗିଚାର ବିଶେଷତ୍ୱ ହେଉଛି ଏହା ମାଟି ତଳେ ନିର୍ମାଣ କରାଯାଇଛି। ମାଟି ତଳେ ୧୦ ଏକର ପରିମିତ ଜମିରେ ପରିବ୍ୟାପ୍ତ ଏହି ଗାର୍ଡେନଟି ଉପରୁ ତଳ ଯାଏଁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗଟି ୧୦ଫୁଟ, ଦ୍ୱିତୀୟଟି ୨୦ଫୁଟ ଏବଂ ତୃତୀୟଟି ୨୩ ଫୁଟ ଗଭୀରତାରେ ଅବସ୍ଥିତ। ଗାର୍ଡେନରେ ଥିବା ଗଛଗୁଡିକୁ ପର୍ୟ୍ୟାପ୍ତ ପବନ ଏବଂ ସୂର୍ୟ୍ୟକୀରଣ ଦେବାଲାଗି ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ବାଲ୍ଡାସେୟର ଫରେଷ୍ଟିଅର ନାମକ ବ୍ୟକ୍ତି ନିର୍ମାଣ କରିଥିବା ଏହି ଗାର୍ଡେନରେ ୧୦୦ ବର୍ଷ ପୁରୁଣା ଗଛ ମଧ୍ୟ ମହଜୁଦ ଅଛି।