ଅଦାନୀଙ୍କ ସମ୍ପତ୍ତି ୮ ଗୁଣା ବଢିଛି

0

ନୂଆଦିଲ୍ଲୀ: ମହାମାରୀ କରୋନା ଦେଶର ଅର୍ଥନୀତିକୁ ଖାଇଗଲାଣି । ଅକ୍ସଫେମର ରିପୋର୍ଟ ଅନୁଯାୟୀ, ୨୦୨୧ରେ ଭାରତର ୮୪ ପ୍ରତିଶତ ପରିବାରର ଆୟ କମିଛି । ଗରିବ ଅଧିକରୁ ଅଧିକ ଗରିବ ହୋଇଛନ୍ତି । ହେଲେ ଏହି ସମୟ ମଧ୍ୟରେ ଅରବପତି ବା ବିଲେନିୟରଙ୍କ ସଂଖ୍ୟା ବଢିଛି । ପୂର୍ବରୁ ଦେଶରେ ଅରବପତିଙ୍କ ସଂଖ୍ୟା ୧୦୨ ଥିବା ବେଳେ ଏହା ବୃଦ୍ଧି ପାଇ ୧୪୨ରେ ପହଞ୍ଚିଛି । କରୋନା କାଳରେ ୪୦ରୁ ଅଧିକ ଅରବପତିଙ୍କ ସୃଷ୍ଟି ହୋଇଛି ।
ରବିବାର ପ୍ରକାଶ ପାଇଥିବା ଅକ୍ସଫାମର ରିପୋର୍ଟରୁ ଜଣାପଡିଛି, କରୋନା କାଳରେ ୨୦୨୦-୨୧ ବର୍ଷରେ ସ୍ୱାସ୍ଥ୍ୟ ବଜେଟର ସଂଶୋଧନ ୧୦ ପ୍ରତିଶତ ହ୍ରାସ ପାଇଛି । ସେହିପରି ଶିକ୍ଷା ବଣ୍ଟନରେ ୬ ପ୍ରତିଶତ କାଟ କରାଯାଇଥିବା ବେଳେ ସାମାଜିକ ସୁରକ୍ଷା ଯୋଜନା ପାଇଁ କେନ୍ଦ୍ରୀୟ ମୋଟ ବଜେଟର ୦.୬ ପ୍ରତିଶତ କରାଯାଇଛି, ଯାହା ପୂର୍ବରୁ ୧.୦୫ ପ୍ରତିଶତ ଥିଲା ।
ଆହୁରି ରିପୋର୍ଟରୁ ସ୍ପଷ୍ଟ ହେଉଛି କି, ୨୦୨୧ରେ ୧୦୦ ସବୁଠାରୁ ଧନୀକଙ୍କ ସମ୍ପତ୍ତି ରେକର୍ଡ ୫୭.୩ ଲକ୍ଷ କୋଟି ଟଙ୍କାରୁ ଅଧିôକ ହୋଇଛି । ୨୦୨୦ ମାର୍ଚ୍ଚରୁ ୨୦୨୧ ନଭେମ୍ବର ମଧ୍ୟରେ ଭାରତୀୟ ଅରବପତିଙ୍କ ସମ୍ପତ୍ତି ୨୩.୧୪ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୫୩.୧୬ ଲକ୍ଷରେ ପହଞ୍ଚିଛି । ଏହି ସମୟରେ ୫୦ ପ୍ରତିଶତ ତଳ ସ୍ତରର ଜନତାଙ୍କ ପାଖକୁ ମାତ୍ର ୬ ପ୍ରତିଶତ ଅର୍ଥ ଆସିଛି । ଆହୁରି ଅନୁମାନ କରାଯାଉଛି, ୨୦୨୦ରେ ୪.୬ କୋଟିରୁ ଅଧିକ ଭାରତୀୟ ୨୦୨୦ରେ ଅତ୍ୟନ୍ତ ଗରିବ ଶ୍ରେଣୀରେ ପହଞ୍ଚି ଯାଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ମୁତାବକ, ଏହି ସଂଖ୍ୟା ବିଶ୍ୱ ଦାରିଦ୍ର୍ୟର ପ୍ରାୟ ଅଧା ।
ରିପୋର୍ଟ ମୁତାବକ, ଚୀନ ଓ ଆମେରିକା ପରେ ଭାରତ ତୃତୀୟ ଦେଶ ଯେଉଁଠାରେ ଅରବପତିଙ୍କ ସଂଖ୍ୟା ସବୁଠାରୁ ଅଧିକ । ଫ୍ରାନ୍ସ, ସ୍ୱିଡେନ, ସ୍ୱିଜରଲ୍ୟାଣ୍ଡ ତୁଳନାରେ ୨୦୨୧ରେ ଭାରତରେ ଆରବପତିଙ୍କ ସଂଖ୍ୟ।।ରେ ୩୯ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ରିପୋର୍ଟରେ ଆହୁରି କୁହାଯାଇଛି, ଏହି ଅଭିବୃଦ୍ଧି ଏମିତି ସମୟରେ ହୋଇଛି, ଯେତେବେଳେ ଭାରତର ସହରାଞ୍ଚଳରେ ବେରୋଜଗାରୀ ଦର ୧୫ ପ୍ରତିଶତ ଥିବା ବେଳେ ସ୍ୱାସ୍ଥ୍ୟ ସେବା ପ୍ରଣାଳି ଚରମସୀମାରେ ପହଞ୍ଚିଛି । ସବୁଠାରୁ ବଡ କଥା ଦେଶର ସବୁଠାରୁ ଧନୀକଙ୍କ ମଧ୍ୟରେ ଥିବା ୧୦୦ ପରିବାରର ସମ୍ପତ୍ତିରେ ହୋଇଥିବା ଅଭିବୃଦ୍ଧିର ପ୍ରାୟ ଏକ ପଞ୍ଚମାଂଶ ଭାଗ ଅଦାନୀଙ୍କ କାରବାରକୁ ଯାଇଛି । ଗୌତମ ଅଦାନୀ ବିଶ୍ୱସ୍ତରରେ ୨୪ ତମ ସ୍ଥାନ ହାସଲ କରିଥିବା ବେଳେ ଭାରତରେ ୨ୟ ସ୍ଥାନରେ ରହିଛନ୍ତି । ତାଙ୍କ ସମ୍ପତ୍ତି ୨୦୨୧ରେ ବୃଦ୍ଧିପାଇ ୫୦.୫ ଅରବ ଡଲାର ହୋଇଛି, ଯାହା ପୂର୍ବବର୍ଷ ଅର୍ଥାତ୍ ୨୦୨୦ରେ ୮.୯ ଅରବ ଡଲାର ଥିଲା । ଅଦାନୀ ଗ୍ରୁପର ସମ୍ପତ୍ତି ୮ ଗୁଣା ବଢିଛି ।