ଅନଶନରେ ବସିଲେ ଅଇଲାସାରି ଗାଁର ଭୂମିହୀନ

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ଏସ ରାମପୁର ତହସିଲ କାର୍ୟ୍ୟାଳୟରେ ଅନଶନରେ ବସିଲେ ଅଇଲାସାରି ଗାଁର ଭୂମିହୀନ ମାନେ । ଦୀର୍ଘ ୩୦ ବର୍ଷ ହେଲା ଡୁଙ୍ଗୁରିପାଲି ଥାନା ଅଏଲାସାରି ଗାଁର ଭୂମିହୀନ ମାନଙ୍କୁ ସରକାର ସିଲିଙ୍ଗ ଜମି ଯୋଗାଇଦେବା ସହ ଜମି ପଟ୍ଟା ମଧ୍ୟ ଯୋଗାଇ ଦେଇଥିଲେ । ହେଲେ ଏଇ ଭୂମିହୀନ ମାନେ ପାଇଥିବା ଜମିର ଟିକସ ଖଜଣା ମଧ୍ୟ ରାଜସ୍ବ ବିଭାଗକୁ ଦେଉଛନ୍ତି । କିନ୍ତୁ ସରକାର ଦେଇଥିବା ଜମିକୁ ବର୍ତମାନ ପର୍ୟ୍ୟନ୍ତ ନିଜର ଅଧିକାର ସାବ୍ୟସ୍ତ କରିପାରୁନଥିବା କହିଛନ୍ତି ଭୂମିହୀନ ମାନେ ଓଫଳରେ ଭୂମିହୀନ ମାନେ ଚିନ୍ତାରେ ପଡିଯାଇଥିଲେ । ଏଇ ସମସ୍ୟାକୁ ନେଇ ବାରମ୍ବାର ଭୂମିହୀନମାନେ ଆରଆଇ,ତହସିଲଦାର ଏବଂ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲାପରେ ବି କେହିବି ନ ଶୁଣିନଥିବା ଅଭିଯୋଗ ହୋଇଛି ଓଫଳରେ ବାଧ୍ୟହୋଇ ଆଜି ୨୦ଜଣ ଭୂମିହୀନ ତହସିଲ କାର୍ୟ୍ୟାଳୟ ଭିତରେ ଅନଶନରେ ବସିଛନ୍ତି ।