(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): କନ୍ଧମାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ନୂଆଗାଁ ଥାନା ପୋଲିସ ଜଣେ ନକଲି ସିଆରପିଏଫ୍ ଯବାନକୁ ଗିରଫ କରିଛି। ଅଭିଯୁକ୍ତ ନକଲି ସିଆରପିଏଫ୍ ଯବାନ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଦୁଃଖିଶ୍ୟାମ ଦିଗାଲ। ବୋଲି ଜଣାଯାଇଛି । ସେ ସ୍ଥାନୀୟ ଅଞ୍ଚଳରେ ଜଣେ ସିଆରପିଏଫ୍ ଯବାନ କହି ଲୋକଙ୍କ ଠାରୁ ବାଇକ୍, ଏଟିଏମ୍ କାର୍ଡ ଆଦି ଲୁଟ୍ କରିଥିବା ନେଇ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିଛି ।