(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ନାଇଜେରିଆ ଉପକୂଳରେ ହଙ୍ଗକଙ୍ଗର ଏକ ଜାହାଜରୁ ଜଳଦସ୍ୟୁଙ୍କଦ୍ୱାରା ଅପହୃତ ହୋଇଥିବା ୧୮ ଜଣ ଭାରତୀୟ ମୁକ୍ତ ହୋଇଥିବା ଜଣାଯାଇଛି । ଡିସେମ୍ବର ୩ରେ ଅପହରଣ ପରେ ଏହି ଭାରତୀୟମାନଙ୍କୁ ସଂପୃକ୍ତ ଜଳଦସ୍ୟୁମାନେ ନାଇଜେରିଆରେ ରଖିଥିଲେ।
ସୂଚନାନୁସାରେ ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏହି ବିଷୟରେ ଟ୍ୱିଟ କରି ଜଣାଇଛନ୍ତି। ଭାରତର ଉଚ୍ଚାୟୁକ୍ତ ଅଟକ ରଖିଥିବା ଉକ୍ତ ଭାରତୀୟଙ୍କ ମୁକ୍ତି ପାଇଁ ସେଠା କର୍ତ୍ତୃପକ୍ଷ, ନୌବାହିନୀ ଏବଂ ସଂପୃକ୍ତ ଜାହାଜ ଚଳାଚଳ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା ପରେ ନିରାପଦ ଭାବେ ସେମାନେ ମୁକ୍ତ ହୋଇଛନ୍ତି।
ଭାରତୀୟଙ୍କ ମୁକ୍ତ ହେବା ପରେ ଉଚ୍ଚାୟୁକ୍ତ ସମସ୍ତ ପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କୁ ଶୀଘ୍ର ଭାରତ ଅଣାଯିବାର ବ୍ୟବସ୍ଥା କରାଯିବ। ଅପହୃତ ୧୯ ଜଣକ ମଧ୍ୟରୁ ୧୮ ଜଣ ଭାରତୀୟ ଥିଲେ।