ଅବସର ନେଲେ ବିଧାନସଭା ସଚିବ ଅମିୟ ଷଡଙ୍ଗୀ

0

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଅବସର ନେଲେ ବିଧାନସଭା ସଚିବ ଅମୀୟ ଷଡଙ୍ଗୀ । କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଅମିୟଙ୍କ ଚାକିରି କାର୍ୟ୍ୟକାଳ ବଢ଼ାଇବା ନେଇ ବିଭିନ୍ନ ମହଲରେ ସମାଲୋଚନା ହେବା ପରେ ଶେଷରେ ତାଙ୍କ ଅବସର ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ତାଙ୍କର ୪ ଥର ବଢିଥିଲା କାର୍ୟ୍ୟକାଳ।ବିଭିନ୍ନ ଦଫାରେ ୨୦୧୩ ଏପ୍ରିଲରୁ ୧ରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ସମୁଦାୟ ୪ ଥର ବଢ଼ିଛି ବିଧାନସଭା ସଚିବ ଅମିୟ ଷଡ଼ଙ୍ଗୀଙ୍କ କାର୍ୟ୍ୟକାଳ। ଅନ୍ୟପକ୍ଷରେ ଅମିୟଙ୍କ କାର୍ୟ୍ୟକାଳ ବଢ଼ାଇବା ଲାଗି ବିଧାନସଭା ଚାକିରି ନିୟମରେ ପରିବର୍ତ୍ତନ କରାଯାଇଥିବା ଓ ବିଧାନସଭାରେ ଯୁଗ୍ମ ସଚିବ, ଉପ ଶାସନ ସଚିବ ଓ ଅତିରିକ୍ତ ସଚିବ ଭଳି ୫ଟି ପଦବୀକୁ ଜାଣିଶୁଣି ପୂରଣ କରାଯାଉନଥିବା ଅଭିଯୋଗ ହୋଇଥିଲା। ଏହାସତ୍ତ୍ୱେ ମଧ୍ୟ ତାଙ୍କ କାର୍ୟ୍ୟକାଳ ପୁଣି ବଢ଼ାଇବା ଲାଗି ସୁପାରିସ ହେବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା।