ଅଭିନେତା ସୋନୁ ସୁଦଙ୍କୁ ଗିରଫ ପାଇଁ ଜାରୀ ହେଲା ୱାରେଣ୍ଟ…

0

ଗିରଫ ହୋଇପାରନ୍ତି ଅଭିନେତା ସୋନୁ ସୁଦ୍ । ସୋନୁ ସୁଦଙ୍କ ବିରୋଧରେ ଜାରୀ ହେଲା ଗିରଫ ୱାରେଣ୍ଟ । ଠକେଇ ମାମଲାରେ ଲୁଧିଆନା କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରୀ କରିଛନ୍ତି । ରିପୋର୍ଟ ଅନୁଯାୟୀ ଲୁଧିଆନାର ଓକିଲ ରାଜେଶ ଖାନା ମୋହିତ ଶୁକ୍ଲା ନାମକ ଜଣେ ବ୍ୟକ୍ତି ସୋନୁଙ୍କୁ ବିରୋଧରେ ମାମଲା ଦାୟର କରିଛନ୍ତି । ଯେଉଁଥିରେ ସେ ନକଲି ରିଜିକା କଏନ୍ ରେ ନିବେଶ କରିବାକୁ ପ୍ରଲୋଭିତ ହୋଇଥିବା ଅଭିଯୋଗ ହୋଇଛି।

ସୋନୁ ସୁଦଙ୍କୁ ସାକ୍ଷ୍ୟ ପାଇଁ କୋର୍ଟକୁ ଡକାଯାଇଥିଲା। କିନ୍ତୁ, ଯେତେବେଳେ ସେ କୋର୍ଟରେ ହାଜର ହୋଇନଥିଲେ, ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ରମନପ୍ରୀତ କୌର ଅଭିନେତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। କୋର୍ଟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, “ସୋନୁ ସୁଦଙ୍କୁ ସମନ କିମ୍ବା ୱାରେଣ୍ଟ ପ୍ରଦାନ କରାଯାଇଥିଲା । କିନ୍ତୁ ସେ କୋର୍ଟରେ ହାଜର ହୋଇନଥିଲେ । ଯେଉଁଥିପାଇଁ ସୋନୁ ସୁଦଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହେଲେ ଏପର୍ୟ୍ୟନ୍ତ ଅଭିନେତା କିମ୍ବା ତାଙ୍କ ଦଳ ମାମଲା କିମ୍ବା ଗିରଫଦାରୀ ୱାରେଣ୍ଟ ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି।