ଅଭ୍ୟାସ ବେଳେ ୨ ବିମାନ ଦୁର୍ଘଟଣାଗ୍ରସ୍ତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବାଙ୍ଗାଲୁରୁରେ ୨ ସୂର୍ୟ୍ୟକିରଣ ଏୟାରକ୍ରାଫ୍ଟ ପରସ୍ପର ସହ ଧକ୍କା ହୋଇଛି। ୟେଲହଙ୍କା ଏୟାରପୋର୍ଟରେ ଏୟାର ସୋ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ସୌଭାଗ୍ୟବଶତଃ ପାଇଲଟ୍ ୨ ଜଣ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁଯାୟୀ, ଆସନ୍ତାକାଲି ଠାରୁ ୪ ଦିନ ବ୍ୟାପୀ ବାଙ୍ଗାଲୁରୁରେ ଏକ ଏୟାର ସୋ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନେଇ ୟେଲହଙ୍କା ଏୟାରପୋର୍ଟଠାରେ ଅଭ୍ୟାସ ଚାଲିଛି । ଅଭ୍ୟାସ ସମୟରେ ୨ ସୂର୍ଯ୍ୟକିରଣ ବିମାନ ପରସ୍ପର ସହ ଧକ୍କା ଖାଇଥିଲା । ତେବେ ଉଭୟ ବିମାନର ଚାଳକ କୌଶଳ କ୍ରମେ ବିମାନରୁ ବାହାରି ଆସିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି ।