ଅର୍ଗାନ ସିକ୍ୟୁଅର ଆପ ଡେଭଲପ କରି ବିଶ୍ୱରେ ତୃତୀୟ ସ୍ଥାନ ପାଇଲେ ଓଡିଆ ଯୁବକ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅଙ୍ଗଦାନ ମହତ ଦାନ । ଅଙ୍ଗ ଦାନର ମହତ୍ୱ ବୁଝିବାକୁ ଲାଗିଲେଣି ଲୋକ । ତେଣୁ ଏବେ ଲୋକଙ୍କ ମଧ୍ୟରେ ଏଥିନେଇ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି । କିନ୍ତୁ ଏହି ପ୍ରକ୍ରିୟା ପାଇଁ ଅନେକ ସମସ୍ୟା ମଧ୍ୟ ରହିଛି । ସବୁଠାରୁ ବଡ କଥା ହେଲା, ଅଙ୍ଗ ଦାନ ପରେ ଉକ୍ତ ହସ୍ପିଟାଲ ଓ ସଂସ୍ଥା କାହାକୁ ଅଙ୍ଗଦାନ କରାଯାଉଛି, ତାହାକୁ ଗୁପ୍ତ ରଖିଥାନ୍ତି । ଫଳରେ କାହାକୁ ଅଙ୍ଗଦାନ କରାଯାଇଛି, ତାହା ଜାଣିବା ଦାନ କରିଥିବା ଲୋକପାଇଁ ବା ପରିବାର ବର୍ଗ ପାଇଁ କଷ୍ଟକର ହୋଇଥାଏ । ତେବେ ଏହି ସମସ୍ୟାର ସମାଧାନ କରିଛନ୍ତି ଜଣେ ଓଡିଆ ଯୁବକ । ସେ ଏପରି ଏକ ଆପ ପ୍ରସ୍ତୁତ କରିଛନ୍ତି, ଯାହା ମାଧ୍ୟମରେ ଅଙ୍ଗଦାନ ପ୍ରକ୍ରିୟାରେ ଆସୁଥିବା ସମସ୍ୟା ଦୂର ହୋଇପାରିବ । ଏହି ଆପକୁ ମଧ୍ୟ ମାଇକ୍ରୋସପ୍ଟ ପ୍ରଶଂସା କରିବା ସହ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେଇଛନ୍ତି ।
ଈୁବନେଶ୍ୱରର ପ୍ରତିକ ମହାପାତ୍ର ବାଙ୍ଗାଲୋରରେ ଜଣେ ଇଞ୍ଜିନୟରିଂ ପଢୁଛନ୍ତି । ମାଇକ୍ରୋସପ୍ଟର ଗୁଡ ଆଇଡିଆ ଚ୍ୟାଲେଞ୍ଜ ୨୦୧୯ ପ୍ରତିଯୋଗିତା ହୋଇଥିଲା ଓ ଏଥିରେ ପ୍ରତିକ ଭାଗନେଇ ଅରର୍ଗାନ ସିକ୍ୟୁଅର ଆପର ଡେଭଲପ କଲେ । ଏହି ଆପ ପାଇଁ ସେ ତାଙ୍କ ଦିନ ରାତିକୁ ଏକ କରିଦେଇଛନ୍ତି । ଶେଷରେ ତାଙ୍କ ପରିଶ୍ରମ ସଫଳ ହୋଇଛି । ତାଙ୍କ ଆପକୁ ମାଇକ୍ରୋସଫ୍ଟ ପ୍ରଶଂସା କରିଛି । ପ୍ରତିକ ସାରା ବିଶ୍ୱରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରତିଯୋଗିତାରେ । ଏହାପରେ ପ୍ରତିକଙ୍କୁ ମାଇକ୍ରୋସଫ୍ଟରେ ଚାକିରି ମିଳିଛି ।