ଅସରାଏ ବର୍ଷାରେ ଭାସୁଛି ସାଲେପୁର ସହର

0

( ତାରାକାନ୍ତ ନାୟକ / ସାଲେପୁର ) : କଟକଜିଲ୍ଲା ସାଲେପୁର ସହରରେ ଅସରାଏ ବର୍ଷା ହେଲେ ସହର ପାଣିରେ ଉବୁଟୁବୁ ହେଉଛି।ସାଧରଣ ଲୋକ ନାହିଁନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି।ସହରର ବିକେ ଟକିଜ ପାଖ ମେନ ରୋଡ଼,ସାଲେପୁର ପରିବା ହାଟ, ମଧୁମଣ୍ଡପ ସାମ୍ନା,ଶିଶୁ ମାନଙ୍କ ପାଇଁ ହୋଇଥିବା ପାର୍କ,କଲେଜ ଛକରେ ବର୍ଷା ପାଣି ଜମି ରହୁଥିବାରୁ ସାଧାରଣ ଲୋକମାନଙ୍କ ଯାତାୟତ ଅସୁବିଧା ହେଉଛି।ପାଣି ନିଷ୍କାସନ ଠିକ ଭାବରେ ହେଇପାରୁନାଇଁ।ପାଣି ନିଷ୍କାସନ ପାଇଁ ତିଆରି ହୋଇଥିବା ଡ୍ରେନରେ ପାଣି ଯାଉନାହିଁ।ଏହାର କାରଣ ହେଉଛି ସହରର ଅନେକ ଜାଗାରେ ଡ୍ରେନ କାମ ସମ୍ପର୍ଣ୍ଣ ହୋଇନାଇଁ।ଏହାର ସଠିକ ଭାବରେ ରକ୍ଷଣ ବେକ୍ଷଣ ହୋଇନାହିଁ।ଡ୍ରେନରେ ଅଳିଆଆବର୍ଜନା ପଡି ଏହା ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।ଏହାର ପ୍ରତିକାର ପାଇଁ ଜନସାଧାରଣ ପକ୍ଷରୁ ଦାବି କରାଯାଉଛି।