ଅସହାୟ ବୃଦ୍ଧଙ୍କ ଶେଷକୃତ୍ୟ କଲେ ସ୍ୱେଚ୍ଛାସେବୀ

0

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୋରୁମୋହିସାଣି ରେଳ ଫାଟକ ର ଏକ ଚାଳିଆ ନିକଟରେ ଜଣେ ଅସହାୟ ବୃଦ୍ଧା ଙ୍କ ମୃତ ଶରୀର ଦୀର୍ଘ୧୦ଘଣ୍ଟା ରୁ ଅଧିକ ସମୟ ପଡି ରହିଥିଲା।ତେବେ ସମାଜସେବୀ ଲକ୍ଷ୍ମଣ ଟୁଡୁ ଏବଂ ସ୍ୱେଚ୍ଛାସେବୀ ଙ୍କ ଦ୍ବାରା ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ସୂଚନାଯୋଗ୍ୟ ଯେ ଜାରିହିଲ ଗ୍ରାମ ଖଡ଼ିଆ ସାହିର ଚୁନୁ ଦେହୁରୀ(୬୭)ବହୁ ବର୍ଷ ପୂର୍ବରୁ ଗୋରୁମୋହିସାଣି ରେଳ ଫାଟକ ନିକଟରେ ରହି ପ୍ରତ୍ୟେକ ଦିନ ଜଙ୍ଗଲ ର କାଠ ଓ ଦାନ୍ତକାଠି ବିକ୍ରି କରି ପେଟ ପୋଷୁଥିଲା।ତାଙ୍କର ପରିବାର କହିଲେ ସେ ଏକା।ଝିଅର ବାହାଘର ପରେ ସେ ଅସହାୟ ଅବସ୍ଥାରେ ରହୁଥିଲେ।ତେବେ ଏକୁଟିଆ ହୋଇଯାଇ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।ଆଜି ଭୋର ଚାରିଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପାଖରେ ରହୁଥିବା ପଡୋଶୀ ମାନେ ପ୍ରକାଶ କରିଛନ୍ତି।ତେବେ ଗୋରୁମୋହିସାଣି ରେ ଚୁନୁ ଙ୍କ କେହି ସମ୍ପର୍କୀୟ ନ ଥିବାରୁ ଦିନ୧୨ଟା ପର୍ୟ୍ୟନ୍ତ ତାଙ୍କ ଶବ ସେଠାରେ ପଡି ରହିଥିଲା।ଘଟଣା ସମ୍ପର୍କରେ ସମାଜସେବୀ ଲକ୍ଷ୍ମଣ ଟୁଡୁ ଜାଣିବାପରେ ତାଙ୍କ ବିବାହିତ ଝିଅ ଙ୍କ ସହିତ ଯୋଗାଯୋଗ କରିଥିଲେ।କିନ୍ତୁ କେହି ନ ଆସିବାରୁ ଶ୍ରୀ ଟୁଡୁ ସାଥୀମାନଙ୍କ ସହିତ ମିଶି ଶବ କୁ ଉଠାଇ ନେଇ ମଶାଣୀ କୁ ନେଇ ଶେଷକୃତ୍ୟ କରିଥିଲେ।ଉକ୍ତ ମହାନ କାର୍ୟ୍ୟ ପାଇଁଶ୍ରୀ ଟୁଡୁ ଙ୍କୁ ଅଞ୍ଚଳ ବାସୀ ପ୍ରସଂସା କରିଥିଲେ।ଶେଷକୃତ୍ୟ ପାଇଁ କୁଳେଇଶିଳା ସରପଞ୍ଚ ରାମଚନ୍ଦ୍ର ନାଏକ ହରିସ ଚନ୍ଦ୍ର ଯୋଜନା ରୁ ଦୁଇ ହଜାର ଟଙ୍କାପ୍ରଦାନ କରିଥିଲେ।ଶେଷକୃତ୍ୟ ସମୟରେ ରତ୍ନାକର, ମୁନ୍ନା,ସରୋଜ, ଗାଲୁ ପ୍ରମୁଖ ସହଯୋଗ କରିଥିଲେ।