ଅହମଦାବାଦ ଓ ସାନନ୍ଦ ମଧ୍ୟରେ ଚଳାଚଳ କରିବ ଦ୍ରୁତଗାମୀ ରୋଳ

0

ଅହମଦାବାଦ : ଅହମଦାବାଦ ଓ ସାନନ୍ଦ ମଧ୍ୟରେ କରିବ ଦ୍ରୁତଗାମୀ ରୋଳ ଚଳାଚଳ । ଆଗାମୀ ୬ମାସ ଭିତରେ ଗୁଜୁରାଟର ଅହମଦାବାଦ ଓ ସାନନ୍ଦ ମଧ୍ୟରେ ଦ୍ରୁତଗାମୀ ରୋଳ ଚଳାଚଳ କରିବ ବୋଲି ଆଜି କେନ୍ଦ୍ର ରୋଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିବା କୁହାଯାଉଛି । ଗୁଜୁରାଟର ସାଦନ୍ଦ ନଗରୀରେ ଏକ ‘ ସେମିକଣ୍ଡକ୍ଟର’ ଶିଳାନ୍ୟାସ ଉତ୍ସବରେ ଉଦବୋଧନ ଦେବା ବେଳେ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ସେହି ଯାଗାରେ ବନ୍ଦେ ଭାରତ ଟ୍ରେନ୍ ବି ଅଟକିବ କହିବା ସହ ଅହମଦାବାଦ ଓ ସାନନ୍ଦ ମଧ୍ୟରେ ଗୋଟାଏ ଉତ୍କୃଷ୍ଟ ଧରଣର ଟ୍ରେନ୍ ଚଳାଚଳ କରିବ ବୋଲି କହିଚନ୍ତି । ତା ସହିତ ଏହାର କାମ ୬ମାସ ଭିତରେ ଶେଷ ହୋଇ ଦୁତଗାମୀ ଟେନ ଚାଲିବ ବୋଲି କହିଛନ୍ତି । ‘ସେମିକଣ୍ଡକ୍ଟର୍ ଇକୋସିଷ୍ଟମ୍’ ପ୍ରସଙ୍ଗରେ କହିବା ବେଳେ ସେ କହିଛନ୍ତି, ଆଉ ଅଳ୍ପ କିଛି ବର୍ଷ ଭିତରେ ‘ସେମିକଣ୍ଡକ୍ଟର୍’ର ଚାହିଦା ୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ‘ମେଡ୍-ଇନ୍-ଇଣ୍ଡିଆ’ ‘ସେମିକଣ୍ଡକ୍ଟର୍’ଦ୍ବାରା ଦେଶର ଭବିଷ୍ୟତ ଗଢ଼ିବା ଲାଗି ପ୍ରଧାମନ୍ତ୍ରୀ ପରିକଳ୍ପନା କରିଥିବା କଥା ସେ କହିଛନ୍ତି।