ଆଇଏଏସ ବିନୋଦ କୁମାରଙ୍କୁ ସଜ୍ଜା ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ

0

ଭୁବନେଶ୍ୱର: ପୂର୍ବତନ ଆଇଏଏସଙ୍କୁ ୫ ବର୍ଷ ସଜ୍ଜା । ଆଇଏଏସ ବିନୋଦ କୁମାରଙ୍କୁ ସଜ୍ଜା ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।ଓଆରଏଚଡିସି ଦୁର୍ନୀତି ମାମଲାରେ ହୋଇଛି ଦଣ୍ଡାଦେଶ । ବିିନୋଦ କୁମାରଙ୍କ ସହ ଅନ୍ୟ ୫ ଜଣ ସହଯୋଗୀୁ ମଧ୍ୟ ପାଇବେ ସଜ୍ଜା । ସିଏସ ସ୍ୱସ୍ତି ରଂଜନ ମହାପାତ୍ର, ରିକଭରି ଆସିଷ୍ଟାଣ୍ଟ ଉମେଶ ସ୍ୱାଇଁ, ମ୍ୟାନେଜିଂ ପାର୍ଟନର ରଶ୍ମୀ ପଟ୍ଟନାୟକ, ରତନ ସାହୁଙ୍କୁ ୩ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମନା କରାଯାଇଛି । ଜରିମାନ ଅନାଦେୟ ଅଧିକ ୬ ମାସ ଲେଖାଁଏ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ । ୩୫ଟି ଡୁପ୍ଲେକ୍ସ ଜାଲ କାଗଜ ପତ୍ରରେ କରାଇ ଦେବା ଅଭିଯୋଗରେ ଏହି ସମସ୍ତଙ୍କୁ ହୋଇଛି ସଜ୍ଜା । ପୂର୍ବରୁ ୬ ଥର ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି ଆଇଏଏସ ଅଧିକାରୀ ବିନୋଦ କୁମାର । ୨୦୦୦-୦୧ ଯାଏ ସେ ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ରହିଥିଲେ ।