ଆଇସକ୍ରିମ କାଠିରେ ମାଙ୍କ ପ୍ରତିକୃତି

0

(ଜୟନ୍ତ କୁମାର ସେଠୀ / ଗୋପ) ; ପବିତ୍ର ଦଶହରା ଅବସର ରେ ପୁରୀ ର ଯୁବ ଆର୍ଟିଷ୍ଟ ବିଶ୍ୱଜିତ ନାୟକ ସମସ୍ତ ଙ୍କୁ ନିଜର ନିଆରା କଳାକୃତି ମାଧ୍ୟମ ରେ ଦଶହରା ଶୁଭେଚ୍ଛା ଦେଇଛନ୍ତି। ବିଶ୍ୱଜିତ ମା ଦୁର୍ଗାଙ୍କ ମୁଖ ମଣ୍ଡଳ ପ୍ରତିକୃତି ୨୭୫ ଟି ଆଇସି କ୍ରିମ କାଠି ବ୍ୟବହାର କରି ବନାଇ ଛନ୍ତି ଏହି ଆକର୍ଷଣୀୟ କଳାକୃତି । ତେବେ ବିଶ୍ୱଜିତଙ୍କୁ ମାଙ୍କର ପ୍ରତିକୃତି ବନେଇବାକୁ ୬ ଦିନ ସମୟ ଲାଗିଥିଲା। ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁ କୋଭିଡ କଟକଣା ଭିତରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଲୋକ ମାନେ ସରକାରଙ୍କ ନୀୟମ ମାନିବାକୁ ବିଶ୍ୱଜିତ ଅପିଲ କରିଛନ୍ତି। ପୂର୍ବରୁ ଆଇସି କ୍ରିମ କାଠିରେ ଅନେକ କଳାକୃତି କରି ପୁରୀ କୁମୁଟି ପାଟଣା ର ବଳରାମ ନାୟକ ଙ୍କ ପୁଅ ବିଶ୍ୱଜିତ ନାୟକ ଅନେକ ପୁରସ୍କାର ହାସଲ କରିଛନ୍ତି ।