(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଆଖି ତଳେ କଳା ଦାଗ ପଡିଥିଲେ , ଏହା ମୁହଁର ସୌନ୍ଦର୍ୟ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ । ଅନେକ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ।
ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ ହେବା, ଭଲରେ ନିଦ ନହେବା ଓ ମାନସିକ ବିଷାଦ କିମ୍ବା ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଆଦି କାରଣରୁ ଆଖି ଉପରେ ଏହାର ପ୍ରଭାବ ପଡିଥାଏ।ଆଉ ଆଖି ତଳେ କଳା ଦାଗ ପଡିଥାଏ।
ଜାଣିନ୍ତୁ ଏହାର ଘରୋଇ ଉପାୟ –
୧.ଆଳୁ- ଆଖିତଳେ ଯଦି ଆପଣଙ୍କର କଳା ଦାଗ ପଡିଛି, କୌଣସି ଔଷଧ ବଦଳରେ ଆଳୁକୁ ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲରେ ସଫା କରନ୍ତୁ। ଏହାପରେ ଆଳୁକୁ ପତଳା କରି କାଟି ଏକ ସ୍ଲାଇଡ ଆଖିରେ ୨୦ ରୁ ୨୫ ମିନିଟ ପର୍ୟ୍ୟନ୍ତ ରଖନ୍ତୁ ଓ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କଲେ ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂରେଇ ଯିବ ।
୨. କାକୁଡି – କାକୁଡି ରସ କଳାଦାଗ ପାଇଁ ବହୁତ ଉପକାରୀ । କାକୁଡିକୁ ଛୋଟ କରି କାଟି ଆଖି ଉପରେ ରଖନ୍ତୁ । ୧୫ ମିନିଟ ପରେ ଧୋଇଦିଅନ୍ତୁ । ଏପରି ନିୟମିତ କରିବା ଦ୍ୱାରା ଆପଣ କାକୁଡିର ଉପକାରିତା ଅନୁଭବ କରିପାରିବେ ।
୩.ଗୋଲାପ ଜଳ- ଆଖି ତଳେ କଳା ଦାଗ ପାଇଁ ଗୋଲାପ ଜଳକୁ ବ୍ୟବହାର କରନ୍ତୁ। ବନ୍ଦ ଆଖିରେ ଗୋଲାପ ଜଳରେ ଭିଜା ତୁଳାକୁ ଆଖିରେ ରଖନ୍ତୁ। ଏପରି ୧୦ ମିନିଟ ହିଁ ରଖନ୍ତୁ। ଏପରି କରିବା ଦ୍ୱାରା ଆଖିର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠିବ।
୪.ବାଦାମ ତେଲ- କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ। ବାଦାମ ତେଲକୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ ପର୍ୟ୍ୟନ୍ତ ମାଲିସ କରନ୍ତୁ ।