(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବିଗତ ଦିନରେ ପରଦାରୁ ଦୁରରେ ଥିବା ବଲିଉଡ଼ ଅଭିନେତା ଅକ୍ଷୟ ଖନ୍ନା ନୂଆ ବର୍ଷ ଅବସରରେ ଏକ ନୂଆ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ।ଏତେଟା ନଜର ଆସୁ ନ ଥିବା ଏହି ଅଭିନେତା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସବ୍ କୁଶଲ୍ ମଙ୍ଗଲ୍’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ପ୍ରିୟାଙ୍କ ଶର୍ମା ଓ ରିବା କିଶନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପ୍ରିୟାଙ୍କ ଓ ରିବା ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼ରେ ପାଦ ଥାପିବେ। ପ୍ରିୟାଙ୍କ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ଓ ରବି କିଶନଙ୍କ ଝିଅ ହେଉଛନ୍ତି ରିବା। ‘ସବ୍ କୁଶଲ୍ ମଙ୍ଗଲ୍’ ଜାନୁଆରୀ ପ୍ରଥମ ସପ୍ତାହରେ ପରଦାକୁ ଆସିବ। ନିକଟରେ ଏକ ସାକ୍ଷାତକାରରେ କଳାକାରମାନେ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିଥିଲେ।
ଅକ୍ଷୟଙ୍କ କହିବାନୁସାରେ, ଏହା ଏକ ରୋମାଣ୍ଟିକ୍ କମେଡ଼ି ତଥା ପାରିବାରିକ ଚଳଚ୍ଚିତ୍ର। ତିନିଟି ଚରିତ୍ର ଉପରେ ଗୁରୁତ୍ୱ ଦେଇ ଏହାର କାହାଣୀ ଲେଖାହୋଇଛି। ଅକ୍ଷୟ ଚଳଚ୍ଚିତ୍ରର ନବାଗତ କଳାକାରଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱନାଥ କଶ୍ୟପ ।