ଆଜାଦି କି ଅମୃତ ସାଇକେଲ ଶୋଭାଯାତ୍ରା
କଟକ/ଜଗନ୍ନାଥ ମହାନ୍ତି :୭୫ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ର ସରକାର ଆଜାଦି କି ଅମୃତ ମହୋତ୍ସବର ଶୁଭାରମ୍ଭ ମଧ୍ୟ କରିଛନ୍ତି । ତେବେ ଏହି ଦେଶ ପ୍ରେମକୁ ଆହୁରି ଜାଗ୍ରତ କରିବା ପାଇଁ କଟକ ଆୟକର ଭବନ ପକ୍ଷରୁ ଅନୁଷ୍ଠିତ ହୋଇଛି ଏକ ସାଇକେଲ ରାଲି। ଯାହା କଟକରୁ ଆରମ୍ଭ ହୋଇ ପୁରୀ ପର୍ୟ୍ୟନ୍ତ ଯିବ । ଆୟକର ବିଭାଗର ଅନେକ ଅଧିକାରୀ ଏହି ରାଲିରେ ଯୋଗ ଦେଇଛନ୍ତି । ଏହାସହ କଟକ ଜିଲାପାଳ ମଧ୍ୟ ଏହି ରାଲି ରେ ଯୋଗ ଦେଇ ଦେଶ ପ୍ରେମର ବାର୍ତା ମଧ୍ୟ ଦେଇଛନ୍ତି । ତେବେ ଏହି ରାଲିର ମୁଖ୍ୟ କାରଣ ହେଉଛି ସମସ୍ତ ବୟସ ଵର୍ଗଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା