(ରିପୋର୍ଟସ ଟୁଡ଼େ/ ଭୁବନେଶ୍ୱର ): ଆଜିଠୁ ଆରମ୍ଭ ଢେଙ୍କାନାଳ ଯୋରନ୍ଦା ମାଘ ମେଳା । ୩ ଦିନ ଧରି ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ଓ ମଠ ତରଫରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଗାଡ଼ି ମୋଟର ଚଳାଚଳ ପାଇଁ ୱାନ୍ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା ବେଳେ ,ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି। ଶାନ୍ତି ଶୃଙ୍ଖଳାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି। ୭ପ୍ଲାଟୁନ୍ ଫୋର୍ସ ସହ ଆଡିସନାଲ୍ ଏସ୍ପି, ୩ଜଣ ଡିଏସ୍ପି, ୫୦ଜଣ ଏଏସ୍ଆଇ, ୩୦ଜଣ କନେଷ୍ଟବଳ ଓ ୮୦ ହୋମଗାର୍ଡ ମୁତୟନ ହୋଇଛନ୍ତି। ଏଥି ସହ ୱାନ୍ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।