(ପ୍ରିୟଦର୍ଶନୀ ସ୍ୱାଇଁ/ଭୁବନେଶ୍ୱର): ଇଡଲୀ ବହୁ ପୁରାତନ ଖାଦ୍ୟ ଅଟେ । ଇଡଲୀ ଭାରତରେ ଅତି ଲୋକପ୍ରିୟ ହାସଲ କରିଛି । ଲୋକପ୍ରିୟ ଏତେ ହୋଇଗଲା ଯେ ଏହାକୁ ନେଇ ଏକ ଦିବସ ପାଳନ କରାଯାଉଛି। ଏଥିପାଇଁ ସବୁ ବର୍ଷ ମାର୍ଚ୍ଚ ୩୦ରେ ‘ଇଡଲୀ ଦିବସ’ ପାଳନ କରାଯାଏ। ଏହି ଡିସ ଇଣ୍ଡୋନେସିୟା ରୁ ଭାରତ ୮୦୦ ରୁ ୧୨୦୦ ବର୍ଷ ପୂର୍ବେ ଆସିଥିଲା ଏବଂ ଦକ୍ଷୀଣ ଭାରତ ସମେତ ପୂରା ଦେଶର ସ୍ବାଦରେ ସାମିଲ ହୋଇଗଲା । ଏହାର ଉଦ୍ଭବ ‘ଇଡଲିଗ’ରୁ ହୋଇଥିଲା।
ଭାରତରେ ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତି ଖାଦ୍ୟରେ ମଧ୍ୟ ଏହା ଖୁସିରେ ଖାଇଥାନ୍ତି । ଇଡ଼ିଲ୍ ସାଙ୍ଗକୁ ଆପଣ ଚଟଣି ସହିତ ଖାଇପାରିବେ । ଛୋଟ ଛୁଆଙ୍କ ଠାରୁ ବୃଦ୍ଧ ବ୍ୟକ୍ତି ଏହାକୁ ଖାଇବାକୂ ରୁଚି ରଖିଥାନ୍ତି ।