(ଭୁବନେଶ୍ୱର): ରାଜ୍ୟ ବିଜେପିର ନୁଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ସେ ପହଞ୍ଚିବେ ବୋଲି ଜଣାପଡିଛି । ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହେବ । ତାଙ୍କର ୩ ଦିନିଆ ଗସ୍ତ କାଳରେ ସେ ଦଳୀୟ ନେତା ଓ ବୁଦ୍ଧିଜୀବୀଙ୍କୁ ଭେଟିବେ । ଗୁରୁବାର ଠାରୁ ୨ ଦିନ ଧରି ଦଳୀୟ କର୍ମୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଥିବା ଜଣାପଡିଛି ।
Edited by- Sriharsh Mishra