(ରିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ) : ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପୁରୀ ଶରଧାବାଲିରେ ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ଆଜି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବେ । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ରଥାରୁଢ ତିନି ଠାକୁରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଦର୍ଶନ କରୁଛନ୍ତି ଭକ୍ତ । ଅପରାହ୍ନ ପର୍ୟ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ରହିବେ । ଅପରାହ୍ନ ପରେ ତିନି ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଆଡପ ବିଜେ ପରେ ଦର୍ଶନ ବନ୍ଦ ରହିବ । ପହଣ୍ଡି ବିଜେ ପର ଦିନ ଦର୍ଶନ ଆରମ୍ଭ ହେବ । ଆଜି ଆଡପ ବିଜେ ପରେ ବାହାରିବ ଆଡପ ଅଭଡା । ଅନ୍ୟପଟେ ଜନ୍ମବେଦୀରେ ଠାକୁରଙ୍କ ଦର୍ଶନ କରିବା ପାଇଁ ଅନେଇ ରହିଛନ୍ତି ଲକ୍ଷାଧିକ ଭକ୍ତ । ତା ସହିତ ଆଡ଼ପ ଅଭଡା ମଧ୍ୟ ପାଇଁବାକ ଅନେଇ ରହିଛନ୍ତି ।