ଆଜି ଜିଲ୍ଲା ନ୍ୟାୟାଳୟର ନୂତନ କୋଠା ଉଦଘାଟନ ହୋଇଛି

0

(ସୋନପୁର / ଓମ ପ୍ରକାଶ ମିଶ୍ର) ; ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ନବ ନିର୍ମିତ ଜିଲ୍ଲା ନ୍ୟାୟାଳୟର ନୂତନକୋଠାର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡ.ଏସ୍. ମୁରଲୀଧର ଉଦଘାଟନ କରିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ସହ ଉଚ୍ଚନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର, ଜଷ୍ଟିସ ସାବିତ୍ରୀ ରଥ ମଧ୍ୟ ଯୋଗ ଦେଇଛନ୍ତି । ଜିଲ୍ଲା ଓକିଲ ସଂଘ ସଭାପତି ବିଧାନଚନ୍ଦ୍ର ପାଣିଗ୍ରାହୀ ଓ ସମ୍ପାଦକ ଗଦାଧର ନେଗୀ ଯୋଗ ଦେଇଛନ୍ତି । ଓକିଲ ମାନଙ୍କ ସହ ଆଲୋଚନା କରି ମୁଖ୍ୟ ବିଚାରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।