ଆଜି ଠାରୁ ଅଟଳ ଟନେଲ ନାଁରେ ଜଣାଯିବ ରୋହତଙ୍ଗ ଟନେଲ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନ ପରିସରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କୁ ସମ୍ୱୋଧିତ କରିବା ଅବସରରେ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ମହାନ ଶିକ୍ଷାବିତ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ଦେଶର ଦୁଇ ରତ୍ନ ବୋଲି ନିଜ ଭାଷଣରେ ସମ୍ୱୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହା ଛଡା କେନ୍ଦ୍ର ସରକାରଙ୍କ ବହୁ ପ୍ରତିକ୍ଷୀତ ଯୋଜନା ଅଟଳ ଭୂଜଳର ମଧ୍ୟ ଶୁଭାରମ୍ଭ କରିବା ସହ ମନାଲୀରୁ ଲେହ ମଧ୍ୟରେ ସଂଯୋଗ କରୁଥିବା ରୋହତଙ୍ଗ ଟନେଲକୁ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ନାମ ଅନୁସାରେ ନାମିତ କରାଯିବା ନିମନ୍ତେ ଘୋଷଣା କରିଛନ୍ତି । ବର୍ତ୍ତମାନ ଏହି ଟନେଲ ଅଟଳ ଟନେଲ ନାମରେ ନାମିତ ହେବ ସହ ଅଟଳ ଜୀଙ୍କ ପାଇଁ ଏହା ଏକ ଛୋଟ ଶ୍ରଦ୍ଧାଞ୍ଜଳୀ ବୋଲି ମୋଦୀ ଘୋଷଣା କରିଛନ୍ତି ।