ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଓଜେଇଇ ପରୀକ୍ଷା

0

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ଏହି ପରୀକ୍ଷା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ୩ଟି ପର୍ଯ୍ୟାୟରେ ହେଉଛି ପରୀକ୍ଷା । ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୮ଟା ୩୦ରୁ ୧୦ ଟା ୩୦ ପର୍ଯ୍ୟନ୍ତ ଚାଲିବ ଓ ପରେ ୨ୟ ପର୍ଯ୍ୟାୟ ପରୀକ୍ଷା ଦିନ ୧୨ଟା ୩୦ରୁ ଆରମ୍ଭ ହୋଇ ଦିନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ୩ୟ ପର୍ଯ୍ୟାୟ ପରୀକ୍ଷା ୪ଟା ୩୦ ରୁ ୬ ଟା ୩୦ ପର୍ଯ୍ୟନ୍ତ ଚାଲିବ । ତେବେ ଚଳିତ ବର୍ଷ ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ଏଥି ପାଇଁ ରାଜ୍ୟରେ ମୋଟ ୫୭ ଟି କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ କୋଲକାତା, ପାଟନା ଓ ରାଞ୍ଚି ରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ଓଜେଇଇ ପକ୍ଷରୁ କୁହାଯାଇଛି ।