ଆଜି ବଦଳିବ ଟି-୨୦ କ୍ରିକେଟ୍ ର ଇତିହାସ, ଧୋନିଙ୍କ ବିନା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

0

(ରିପୋର୍ଟସ ଟୁଡେ): ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ଏବଂ ଧାକଡ୍ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ପୂର୍ବରୁ ବହୁତ ସମୟରୁ ଲୟରେ ଦେଖାଯାଉନଥିଲେ । ଏହାର ଫଳସ୍ୱରୂପ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ ତାଙ୍କୁ ସୁଯୋଗ ଦିଆଯାଇନାହିଁ । ଏବେ ୨୧ ନଭେମ୍ବର ଅର୍ଥାତ୍ ଆଜି ଆରମ୍ଭ ହେବାକୁ ଯାଉି ତୃତୀୟ ଟି-୨୦ ମୁକାବିଲାର ପ୍ରଥମ ମ୍ୟାଚ୍ ରେ ଧୋନି ଦେଖିବାକୁ ମିଳିବେ ନାହିଁ । ଏହା ପ୍ରଥମ ସୁଯୋଗ ହେବ ଯାହା ଭାରତୀୟ ଟିମ୍ କୁୁ ଧୋନିଙ୍କ ବିନା କୌଣସି ଟି-୨୦ ମୁକାବିଲାରେ ଅଷ୍ଟ୍ରେଲିଆ ଟିମ୍ ସହିତ ଖେଳିବେ ।

ଭାରତ ଏବଂ ଅଷ୍ଟ୍ରେଲିଆଙ୍କ ମଧ୍ୟରେ ଏବେସୁୁଦ୍ଧା ୧୫ ମୁୁକାବଲା ଖେଳାଯାଇଛି । ଯେଉଁଥିରେ ଭାରତୀୟ ଟିମ୍ ଭାରି ରହିଛନ୍ତି । ଏହି ସମସ୍ତ ମ୍ୟାଚ୍ ରେ ଧୋନିଙ୍କ ସହିତ ରୋହିତ ଶର୍ମାଙ୍କ ପଡିଆରେ ରହିଥିଲେ । ମହେନ୍ଦ୍ର ସିଂ ଧୋନି ନିଜର ଶେଷ ଟି-୨୦ ମ୍ୟାଚ୍ ଏହି ବର୍ଷ ଇଂଲଣ୍ଡ ବିିପକ୍ଷରେ ଖେଳିଥିଲେ । ଏହାପରେ ନା ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ଟି-୨୦ ସିରିଜ୍ ରେ ଯାଗା ମିଳିଛି ନା ହିଁ ଏବେ ଅଷ୍ଟ୍ରେଲିଆ ପରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରେ ଟିମ୍ ରେ ମିଶାଯାଇଛି ।

ଇଂଲଣ୍ଡ ବିପକ୍ଷରେ ଟି-୨୦ ରେ ଧୋନି ୩୨ ରନ୍ ସଂଗ୍ରହ କରିଥିଲେ । ଏବେ ଟିମ୍ ରେ ଧୋନୀ ନ ଥିବା ସମୟରେ ୱେକେଟକିପର୍ କିଏ ହେବ ଏହା ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନୋଟିଯାକ ଟି-୨୦ ମୁକାବିଲାରେ ଦିନେଶ୍ କାର୍ତ୍ତିକ୍ ୱେକେଟ୍ କିପିଙ୍ଗ କରିଥିଲେ । କିନ୍ତୁୁ ଏବେ ଆଶ୍ଚର୍ଯ୍ୟଜନକ ଭାବେ ନୂତନ ଖେଳାଳୀ ରୁଷଭ ପନ୍ତଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । କାର୍ତ୍ତିକ୍ ବ୍ରେସ୍ବେନ୍ ରେ ଖେଳା ଯିବାକୁଥିବା ପ୍ରଥମ ଟି-୨୦ ରେ ଟିମ୍ ରେ ସାମିଲ ହେବେ ।