ଆଜି ବି ବଞ୍ଚି ରହିଛି ମାନବିକତା

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଆଜି ବି ବଞ୍ଚି ରହିଛି ମାନବିକତା । ଆଉ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁରରେ । ସୁବର୍ଣ୍ଣପୁରର ବୁଢାରଜା ଛକରେ ବୁଲୁଥିବା ଏକ ମାନସିକ ବିକୃତ ଲୋକକୁ ଉଦ୍ଧାର କରିଛି ସୋନପୁରର ବୁଢାରଜା ଯୁବ ସମାଜ ସେବି ସଂଗଠନ । ଗତକାଲି ସହରରେ ବୁଲୁଥିବା ଏହି ମାନସିକ ବିକୃତ ଲୋକକୁ ଉଦ୍ଧାର କରିବା ସହ ପ୍ୟାଣ୍ଟ ଶାର୍ଟ କମ୍ବଳ ଦେବା ସହିତ ଖାଇବାକୁ ଦିଆଯାଇଥିଲା । ବର୍ତ୍ତମାନ ସୋନପୁର ସହରରେ ଶୀତର ପ୍ରକୋପ ପ୍ରବଳ ମାତ୍ରାରେ ବଢି ଯାଇଥିବାରୁ ସହରରେ ବୁଲୁଥିବା ମାନସିକ ବିକୄତ ଲୋକଙ୍କୁ କମ୍ବଳ ବଣ୍ଟାଯିବା ସହିତ ସେମାନଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ବୁଢାରଜା ସମାଜ ସେବୀ ସଂଗଠନ।