ଆଜି ରାତି ୧୨ ଟାରୁ ଦୃଶ୍ୟମାନ ହେବ ଉଲକା ପିଣ୍ଡ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ରାତିରେ ଦୃଶ୍ୟମାନ ହେବ ଉଲକା ପିଣ୍ଡ । ଏହା ରାତି ୧୨ ଟାରୁ ଆରମ୍ଭ କରି ସକାଳ ପର୍ଯ୍ୟନ୍ତ ଦୃଶ୍ୟ ମାନ ହେବ । ଅମାବାସ୍ୟା ନିକଟ ହେବା କାରଣରୁ ଚନ୍ଦ୍ରମା କିରଣ କମ୍ ରହିବ ଏବଂ ଏହି ଉଲକାପାତ ସ୍ୱଚ୍ଛ ଭାବେ ନଜର ଆସିବ । ଉଲକାପାତ ଏକ୍ସେରିଡ଼ ନକ୍ଷେତ୍ର ପଟରୁ ନଜର ଆସିବ । ମାତ୍ର ଯଦି ବାୟୂମଣ୍ଡଳ ସ୍ୱଚ୍ଛ ରହେ ତେବେ ଏହା ସ୍ପଷ୍ଟ ଭାବେ ଦେଖାଯିବ ।
ସୂଚନା ଅନୁସାରେ ଏହି ଉଲକାପାତ ୧୨ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିବ ବୋଲି ଆର୍ଯ୍ୟଭଟ୍ଟ ପ୍ରଶିକ୍ଷଣ ବିଜ୍ଞାନ ସଂସ୍ଥାର ପୁର୍ବତନ ନିର୍ଦ୍ଦେଶକ ଡ଼ା ଅନିଲ ପାଣ୍ଡେ କହିଛନ୍ତି । ଆଜି ଏହି ଉଲକାପିଣ୍ଡ ଅଧିକ ଦେଖାଯିବ ବୋଲି ସେ କହିଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏବେ ପରସିଡ଼ ଉଲକାପାତ ଚାଲିଛି । ଯାହାର ଅବଧି ୧୭ ଜୁଲାଇରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହା ୧୨ ଅଗଷ୍ଟରେ ମଧ୍ୟ ୨୮ ଜୁଲାଇ ଭଳି ଉଲକାପାତ ହେବ କିନ୍ତୁ ପୂର୍ଣ୍ଣମୀ ହୋଇଥିବାରୁ ଏହା ସଠିକ ଭାବେ ଦେଖାଯିବ ନାହିଁ।