(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି କର୍ଣ୍ଣାଟକ ବିଧାନସଭାରେ ବହୁମତର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରପ୍ପା । ଏସମ୍ପର୍କରେ ୟେଦୁ କହିଛନ୍ତି ତାଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ଅଛି। କଂଗ୍ରେସ ଜେଡିଏସ୍ ସରକାର ଦ୍ୱାରା ଅର୍ଥ ବିଲ୍କୁ ସେ ଯଥାରୀତି ଗୃହରେ ଉପସ୍ଥାପନ କରିବେ ବୋଲି କହିଛନ୍ତି।
ତେବେ ବିଜେପିର ନିଜ ବିଧାୟକ ସଂଖ୍ୟା ୧୦୫ ରହିଥିବା ବେଳେ ଜଣେ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି । ଅପରପକ୍ଷରେ କଂଗ୍ରେସ ଓ ଜେଡିଏସର ୧୭ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ବିଧାନସଭାରେ ମୋଟ ବିଧାୟକ ସଂଖ୍ୟା ୨୦୮ ହୋଇଛି । ତେଣୁ ଆସ୍ଥା ଭୋଟ ପାଇଁ ଆବଶ୍ୟକ ହେଊଥିବା ୧୦୫ ବଦଳରେ ବିଜେପି ନିକଟରେ ୧୦୬ ବିଧାୟକ ଅଛନ୍ତି । ଫଳରେ ୟେଦିଙ୍କ ବିଜୟ ନିଶ୍ଚିତ ରହିଛି ।