(ବିରୁପାକ୍ଷ ପ୍ରଧାନ/ ଆଠଗଡ): ପଦ୍ମ ଛାଡି ଶଙ୍ଖ ଧରିଲେ ଆଠଗଡ଼ ଗୁରୁଡିଝାଟିଆ ସରପଞ୍ଚ ପ୍ରଜ୍ଞାସୁରଂଜନ ମହାପାତ୍ର ଓ ତାଙ୍କର ଶତାଧିକ ସମର୍ଥକ । ଏହା ସହ ସାମିଲ ହେଲେ ଦୋରଡ ପଞ୍ଚାୟତର ସ୍ବାଧୀନ ସରପଞ୍ଚ ଓ ସମର୍ଥକ । ଆଠଗଡ଼ ଶ୍ରୀରାମ ପ୍ୟାଲେସରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତରେ ଏହି ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି।
ବିଜେଡିର ବିଭିନ୍ନ ଯୋଜନା , ଦଳର ସଭାପତି ନବିନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉନ୍ନତି ମୂଳକ କାର୍ୟ୍ୟରେ ସନ୍ତୁଷ୍ଟ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ।