(ବିରୂପାକ୍ଷ ପ୍ରଧାନ)ଆଠଗଡ଼: ଆଠଗଡ଼ରେ ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଅଟ୍ଟାଳୀ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଛି। ସକାଳୁ ସମସ୍ତ ରୀତିନୀତି ନିର୍ଧାରିତ ସମୟରେ ଶେଷ ହେବା ପରେ ହଜାର ହଜାର ଶ୍ରଦ୍ଧାଳୁ ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ବେଳେ ରଥଗଡା ଠାରୁ ରଥଟାଣି ସଂଧ୍ୟା ୬ଟା ବେଳକୁ ମାଉସୀ ମା ମନ୍ଦିର ନିକଟରେ ରଥ ପହଞ୍ଚାଇ ଦେଇଥିଲେ।ସେହିପରି ଆଠଗଡର ଆଉ ଏକ ଅନନ୍ୟ ପରମ୍ପରା ଭାବରେ ପରିଚିତ ମହିଳା ରଥ ବା ସାନ ରଥରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିମଠ ଦିଅଁ ଙ୍କୁ ମହିଳା ମାନେ ଟାଣି ଆଣି ସମୟ ଅନୁସାରେ ମାଉସୀ ମା ମନ୍ଦିର ନିକଟରେ ଲଗାଇ ଦେଇଥିଲେ।ଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଆଠଗଡ ଦେବୋତ୍ତର ତଥା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନଅ ଦିନ ବ୍ୟାପି ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ପକ୍ଷରୁ ସ୍ଥାନୀୟ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଭଜନ ଓ ପ୍ରବଚନ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।