ଆତଙ୍କବାଦୀ ଆକ୍ରମଣରେ ୬ ପାକ ସେନା ନିହତ

0

(ରିପୋର୍ଟରସ ଟୁଡେ/କରାଚି): ଇରାନ ସୀମାରେ ଥିବା ବଲୁଚିସ୍ତାନ ଅଞ୍ଚଳରେ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ୬ ପାକ୍ ସେନା ନିହତ ହୋଇଥିବା ସୂଚନା ମିଳିଛି। ରବିବାର ପାହାଡି ପଞ୍ଜଗୁରୁ ଜିଲାରେ ପ୍ରଥମ ଘଟଣା ହୋଇଥିବା ବେଳେ ଏଥିରେ ଫ୍ରଣ୍ଟିୟର କୋର(ଏଫ୍ସି)ର ୪ଜଣ ଯବାନ ନିହତ ହୋଇଥିଲେ। ଏହି ଘଟଣାର ଠିକ୍ ୨ଘଣ୍ଟା ପରେ ଅନ୍ୟ ଏକ ଘଟଣାରେ ଆତଙ୍କବାଦୀମାନେ ଅନ୍ୟ ୨ ଏଫ୍ସି ଯବାନଙ୍କୁ ହତ୍ୟା କରିଥିବା ପ୍ରକାଶ କରିଛନ୍ତି।