ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ରାୟଗଡ଼ାର ବନ୍ଦରୀ ଗ୍ରାମରେ ଉକ୍ତ ଗ୍ରାମର ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାର ବୟସ ୧୨ ବର୍ଷ ହେବ ବୋଲି ଜଣାପଡିଛି ।
ସୁଚନାନୁସାରେ ତିନି ଦିନ ତଳେ ଅଭିଯୁକ୍ତ ଜଣକ ନାବାଳିକା ଆଦିବାସୀ ଯୁବତୀଙ୍କୁ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରି ହତ୍ୟା କରିଥିଲା । ନାବାଳିକାର ବାପା ଚନ୍ଦ୍ରପୁର ପୋଲିସ ଷ୍ଟେସନ୍‌ରେ ଅଭିଯୋଗ ଆଣିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଧରିବା ପରେ ପଚରାଉଚରା କରିଥିଲା। ପୋଲିସ ଜେରା ସମୟରେ ଅଭିଯୁକ୍ତ ନିଜ ମୁହଁରେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ସ୍ବୀକାର କରିଛି।