ଆନ୍ତରାଜ୍ୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

0

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ସବଡିଭିଜନ ଉପାନ୍ତ ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡନାରାଣୀ ଗ୍ରାମର ସୁର୍ମୀ ଧୁର୍ମୀ ମିନିଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି ଆନ୍ତରାଜ୍ୟ ଫୁଟବଲ ପ୍ରତିଯୋଗିତା।କମିଟିର ଉପଦେଷ୍ଟା ଶ୍ରୀ ଯୁକ୍ତ ଗୋପଲ ଚନ୍ଦ୍ର ବେସରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଗ୍ରାମର ସମସ୍ତ ମେମ୍ବର ଙ୍କ ମିଳିତ ପ୍ରୟାସ ରେ ଏହି ଆନ୍ତରାଜ୍ୟ ଫୁଟବଲ ପ୍ରତିଯୋଗିତା ସଫଳ ରୂପେ ସମ୍ପାଦିତ ହୋଇଯାଇଛି।ସର୍ବମୋଟ୧୬ଗୋଟି ଦଳ ଓଡିଶା ତଥା ଝାରଖଣ୍ଡ ରାଜ୍ୟ ର ଖେଳାଳି ମାନେ ଏହି ଆନ୍ତରାଜ୍ୟ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ତେବେ ସାମସଂଗ ଗେଲାକ୍ସି ଚମ୍ପିୟାନ ହୋଇଥିବାବେଳେ ସୁପରଷ୍ଟାର ମାତକମୋଡ଼ିହି ରନର୍ସ ଅଫ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଏହି ଅଞ୍ଚଳର କିମ୍ବଦନ୍ତୀ ଫୁଟବଲ ଖେଳାଳି ଶ୍ରୀ ଯୁକ୍ତ ସୁଦାମ ହେମ୍ବ୍ରମ ଯୋଗଦେଇଥିବା ବେଳେ ସମାନିତ ଅତିଥି ଭାବେ ସାହିତ୍ୟିକ ତଥା କବି ଅଧ୍ୟାପକ ଲଳିତ ମହାନ୍ତ, ଡକ୍ଟର ଦେବେନ୍ଦ୍ର ନାଥ ଟୁଡୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପରେଶ ଚନ୍ଦ୍ର ମୁଣ୍ଡା, ବଡ଼ନାରାଣୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଯୁକ୍ତ ଛୋଟରାୟ ଟୁଡୁ, ସମିତି ସଭ୍ୟ ଶ୍ରୀ ମତୀ ସାକ୍ରମଣୀ ମାର୍ଣ୍ଡି, ପିଇଓ ବାରିୟାଳ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ମହିଳା ଫୁଟବଲ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି ମହିଳା ମାନଙ୍କ ଫୁଟବଲ ମ୍ୟାଚ ବାମନଘାଟୀ ମହିଳା ଫୁଟବଲ ଟିମ ଓ ଅଣାଜୁଡି ମହିଳା ଫୁଟବଲ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଯୋଗଦେଇଥିଲେ ବହୁଭାସି କିଡା ଉଦଘୋଷକ ପ୍ରଭାସ ଚନ୍ଦ୍ର ପାତ୍ର।ସମଗ୍ର ପ୍ରତିଯୋଗିତା କୁ ହିନ୍ଦୀ, ଓଡ଼ିଆ, ଇଂରାଜୀ, ସାନ୍ତାଳୀ, ବଙ୍ଗାଳୀ ଓ ହୋ ଭାଷାରେ ଧାରା ବିବରଣୀ ପ୍ରଦାନ ପୂର୍ବକ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ।ରେଫୋରି ଭାବେ ଯୋଗ ଦେଇଥିଲେ ଅର୍ଜୁନ ପାତ୍ର, ମାନସିଂ ମୁର୍ମୁ,ରଘୁନାଥ ମୁର୍ମୁ,ବୁତରୁ ମୁର୍ମୁ ଓ ମାଜନୁ ମାର୍ଣ୍ଡି,ଡାକ୍ତର, ସୁରୁପାତ୍ର ମାହା,ନିନୀ, ସରୋଜିନୀ,ଜଗଦୀଶ ଙ୍କ ସହ ଆହୁରି ମଧ୍ୟ କମିଟିର ମେମ୍ବର ମାନେ ଏହି ଫୁଟବଲ ପ୍ରତିଯୋଗିତାରେ ସହଯୋଗ କରିଥିଲେ।