( ଭୁବନେଶ୍ୱର / ରିପୋର୍ଟସଟୁଡେ): ଲୋକସଭା ନିର୍ବାଚନର ଉଷ୍ମତା ବଢିବା ସହ ନେତାମାନଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ରାଜନୈତିକ ବିରୋଧୀମାନଙ୍କ ପାଇଁ ନେତାମାନଙ୍କ ଅପଶବ୍ଦ ବ୍ୟବହାର କରିବାକୁ ଧ୍ୟାନରେ ରଖି ଭାରତୀୟ ମନୋଚିକିତ୍ସକ ସୋସାଇଟି(ଆଇପିଏସ) ଭାରତୀୟ ନିର୍ବାଚନ ଆୟୋଗକୁ ଅନୁରୋଧ କରିଛନ୍ତି ଯେ ସେ ରାଜନୈକିକ ଦଳମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ ସେମାନେ ତାଙ୍କ ଭାଷଣରେ ବିରୋଧୀଙ୍କ ପାଇଁ ମେଣ୍ଟାଲ ଶବ୍ବର ବ୍ୟବହାର କରିବେ ନାହିଁ । ଆଇପିଏସ ଏହି ପରି ଶବ୍ବର ପ୍ରୟୋଗ ଅପମାନଜନକ ଏବଂ ଅମାନବୀୟ ବୋଲି କହିଛି ।
ଭାରତୀୟ ନିର୍ବାଚନ ଆୟୋଗକୁ ପତ୍ର ଲେଖି ଆଇପିଏସର ଚେୟାରମେନ ଡଃ ବିଏନ ରବିଶ ଏବଂ ଉପ ଚେୟାରମେନ ଡଃ ସୁରେଶ ବାଡା କହିଛନ୍ତି ଯେ ନିଜର ବିରୋଧୀମାନଙ୍କ ପାଇଁ ରାଜନେତାମାନେ ବ୍ୟବହାର କରୁଥିବା ମେଣ୍ଟାଲ ଅବା ପାଗଳ ଶବ୍ଦ ମାନସିକ ବିକାର ଗ୍ରସ୍ତଙ୍କ ପ୍ରତି ଭେଦଭାବପୂର୍ଣ୍ଣ, ଅମାନବୀୟ, ଅପମାନଜନକ । ସଂଘ କହିବା କଥା ରାଜନୀତି ଏବଂ ସାମାଜିକ ଦାୟିତ୍ୱ ସହ ଜଡିତଥିବା ଲୋକମାନେ ମାନସିକ ଅସ୍ଥିର, ପାଗଳ, ମାନସିକ ରୋଗୀ, ଅବ ମେଣ୍ଟାଲ ହସ୍ପିଟାଲ ପଠାଇବା କଥା କହିଥାନ୍ତି । ସଂଘ କହିଛି ଯେ ରାଜନେତାଙ୍କ ବ୍ୟବହାର ଲୋକଙ୍କ ଉପରେ ଅନେକ ପ୍ରଭାବ ପକାଇଥାଏ । ସେମାନଙ୍କ ଏହି ଦାୟିତ୍ୱକୁ ବୁଝିବା ଦରକାର । ସେମାନେ ରାହା ବୟାନ ଦେଉଛନ୍ତି ତାହା ସୋସିଆଲ ମଡିଆ ସହିତ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥାଏ । ଏନେଇ ନିର୍ବାଚନ ଆୟୋଗ ରାଜନେତାଙ୍କୁ ସାବଧାନତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିବାକୁ କହିଛନ୍ତି ।