ଆପ ବିଧାୟକଙ୍କୁ ୬ ମାସ ଜେଲ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗୁରୁବାର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ସୋମ ଦତ୍ତଙ୍କୁ ୬ ମାସ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଏହି କୋର୍ଟ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ଦିଆଯାଇଥିବା ଦଣ୍ଡ ବିରୋଧ ଅଣାଯାଇଥିବା ଆବେଦନକୁ ଖାରଜ କରି ଏହି ଦଣ୍ଡ ଦେଇଛନ୍ତି ।
କୋର୍ଟଙ୍କ ରାୟ ପରେ ସୋମ ଦତ୍ତଙ୍କୁ ତିହାର ଜେଲ ପଠାଯାଇଛି । ୨୦୧୫ ଜାନୁୟାରୀରେ ସୋମ ଦତ୍ତ ଗୁଲାବି ବାଗର ଜଣେ ବ୍ୟକ୍ତିଙ୍କୁ ବେସବଲର ବ୍ୟାଟରେ ନିର୍ମମଭାବେ ପିଟିଥିଲେ ।