ଆମେରିକାରେ ଔଷଧ ଖାଇ ସୁସ୍ଥ ହେଲେ କ୍ୟାନସର ପୀଡ଼ିତ

0

ନ୍ୟୁୟର୍କ : କ୍ୟାନ୍ସରକୁ ନେଇ ମିଳିଲା ଆଶ୍ୱସ୍ତିକର ଖବର । ଔଷଧରେ ଭଲ ହେଲେ ମାରାତ୍ମକ କ୍ୟାନସର ରୋଗୀ । ଆଜ୍ଞା ହଁ କଥାଟା ହୁଏତ ବିଶ୍ୱାସ ହେଉନଥିବ, କାରଣ ଯେଉଁ ରୋଗର ସମାଧାନକୁ ଲୋକେ ମୃତ୍ୟୁ ବୋଲି ଭାବି ନେଇଥିଲେ ତାର ଆଜି ମିଳିଯାଇଛି ଉପଚାର । ପ୍ରତିବର୍ଷ କ୍ୟାନସରରେ କୋଟିଏରୁ ଅଧିକ ଲୋକ ପ୍ରାଣ ହରାଇଥାଆନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ୨୦୨୦ରେ ବ୍ରେଷ୍ଟ କ୍ୟାନସର, ଫୁସଫୁସ କୋଲୋନ ଓ ରେକ୍ଟମ, ପ୍ରୋଷ୍ଟ୍ରଟ୍ , ଚର୍ମ ଓ ପାକସ୍ଥଳୀ କ୍ୟାନସରରେ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଫୁସଫୁସ , କୋଲନ ଏବଂ ରେକ୍ଟମ କ୍ୟାନସରରେ ପୀଡିତଙ୍କ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । ଏକଥା ସତ ଯେ , ବର୍ତମାନ ଔଷଧ ଦ୍ୱାରା ରେକ୍ଟାଲ୍ କ୍ୟାନସର ଭଳି ମରାତ୍ମକ ରୋଗର ଚିକିତ୍ସା କରାଯାଇଛି ।

ଏହି ଔଷଧର ଟ୍ରାଏଲରେ ସାମିଲ ଥିଲେ ୧୮ ଜଣ କ୍ୟାନସର ରୋଗୀ । ଆଉ ଏବେ ସେହି ୧୮ ଜଣ କ୍ୟାନସରରୁ ମୁକ୍ତି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଏ ନେଇ ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି । ପ୍ରାଥମିକ ଭାବେ ୧୮ ଜଣ କ୍ୟାନସର ରୋଗୀଙ୍କୁ ଏହି ଛୋଟିଆ ଟ୍ରାଏଲ କରାଯାଇଥିଲା । ଆଉ ଏ ସମସ୍ତଙ୍କୁ ‘ଡୋଷ୍ଟାରଲିମ୍ୟାବ’ ନାମକ ଏକ ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା । ଟ୍ରାଏଲର ଶେଷରେ ସମସ୍ତ ୧୮ ଜଣ ରୋଗୀଙ୍କ ଶରୀରରୁ କ୍ୟାନସର ଉଭେଇ ଯାଇଥିଲା । ୬ ମାସ ପରେ ସମସ୍ତ ରୋଗୀଙ୍କ ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗର ଚିହ୍ନବର୍ଣ୍ଣ ମିଳି ନାହିଁ । ମଣିଷ ଶରୀରରେ ବିକଳ୍ପ ଆଂଟିବଡି ଭାବେ କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁଲ୍ ଏହି ଔଷଧରେ ରହିଛି । ପରୀକ୍ଷା ବେଳେ ସମସ୍ତ ୧୮ ଜଣ ରୋଗୀଙ୍କୁ ସମାନ ଔଷଧ ଦିଆଯାଇଥିଲା । ଆଉ ସମସ୍ତେ ରୋଗରୁ ମୁକ୍ତି ହୋଇଯାଇôଥଲେ । କ୍ୟାନସର ରୋଗର ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋଆନ କେଟେରିଙ୍ଗ କ୍ୟାନସର ସେଣ୍ଟରର ଡକ୍ଟର ଲୁଇସ ଏ. ଡିଆଜ କହିଛନ୍ତି ।