ଆରକ୍ଷଣ ବିରୋଧି ଯାଚିକା ଉପରେ କେନ୍ଦ୍ରକୁ ଏସ୍ସିଙ୍କ ଜବାବ ତଲବ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୁପ୍ରିମକୋର୍ଟ ସବର୍ଣ୍ଣଙ୍କୁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଆରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି । ଆରକ୍ଷଣକୁ ଅସାମ୍ବିଧାନିକ କୁହିଥିବା ଯାଚିକା ଉପରେ ସମୀକ୍ଷା ପାଇଁ ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ ୪ ସପ୍ତାହ ସମୟ ନେବା ସହ କେନ୍ଦ୍ରକୁ ଏହା ଉପରେ ଜବାବ ତଲବ କରିଛନ୍ତି ।
ପୂର୍ବରୁ ମୁଖ୍ୟ ବିଚାର ପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜିବ ଖନ୍ନାଙ୍କ ବେଂଚ ପ୍ରତିବନ୍ଧକ ଲଗାଇବାକୁ ମନା କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । କୋର୍ଟରେ ଆର୍ଥିକ ଆଧାରରେ ସାମାନ୍ୟ ବର୍ଗଙ୍କୁ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ୧୦ ପ୍ରତିଶତ ଆରକ୍ଷଣ ଦେବା ପାଇଁ ସମ୍ବିଧାନ ସଂଶୋଧନର ବୈଧତାକୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଏହି ଯାଚିକା ୟୁଥ ଫର ଇକ୍ୱାଲିଟି ଓ ବହୁ ସଙ୍ଗଠନ ଦାଖଲ କରିଥିଲେ । ଏହାକୁ ସଂସଦର ଦୁଇ ସଦନରେ ୧୨୪ ତମ ସମ୍ବିଧାନ ସଂଶୋଧନ ବିଧେୟକ, ୨୦୧୯ ଆଧାରରେ ପାରିତ କରାଯାଇଥିଲା । ଯାଚିକାରେ ଅନୁଛେଦ ୧୫(୬) ଏବଂ ୧୬(୬) ଯୋଡା ଯିବା ପରେ ସମ୍ବିଧାନ ମୂଳ ଢାଂଚାରେ ପରିବର୍ତନ ହେଉଛି ବୋଲି କୁହାଯାଉଛି । ଏତଦ୍ ବ୍ୟତୀତ ଏହା ଦ୍ୱାରା ସୁପ୍ରିମକୋର୍ଟର ନିଷ୍ପତିକୁ ନିଷ୍ଫଳ କରିବାକୁ ମଧ୍ୟ ପ୍ରୟାଶ କରାଯାଇଛି ବୋଲି ମଧ୍ୟ ଅଭିଯୋଗ ଆସିଥିଲା ।